କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ତାଙ୍କ କାର୍ଯ୍ୟକାଳର ପ୍ରଥମ ବଜେଟ ଉପସ୍ଥାପନ କରିଛନ୍ତି । ଚଳିତ ବଜେଟ ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କା ରହିଛି । ଏନେଇ ରାଜ୍ୟ ସରକାର ପୂର୍ବ ସରକାର ସମୟରେ ପ୍ରଚଳିତ କାଳିଆ ଯୋଜନାର ନାମ ପରିବର୍ତ୍ତନ କରି ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଢାଞ୍ଚାରେ ମୁଖ୍ୟମନ୍ତ୍ରୀ କିଷାନ ଯୋଜନା ପ୍ରଚଳନ କରିଛନ୍ତି । ଚଳିତ ବଜେଟରେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ କିଷାନ ଯୋଜନା ପାଇଁ ୧୯୩୫ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ପୂର୍ବ ସରକାର ରାଜ୍ୟର ଗରିବ ଓ ଭୂମିହୀନ ଚାଷୀମାନଙ୍କୁ କାଳିଆ ଯୋଜନାରେ ବାର୍ଷିକ ୪ ହଜାର ଟଙ୍କାର ସହାୟତା ଯୋଗାଉଥିଲେ । ଏବେ ବିଜେପି ସରକାର ଏହି ଯୋଜନାର ନାମ ପରିବର୍ତ୍ତନ କରି ମୁଖ୍ୟମନ୍ତ୍ରୀ କିଷାନ ଯୋଜନା କରିଥିବା ବେଳେ ଏହାର ବଜେଟ ପରିମାଣ ମଧ୍ୟ ବୃଦ୍ଧି କରିଛନ୍ତି ।
ବଦଳିଲା କାଳିଆ ଯୋଜନାର ନାମ । କାଳିଆ ଯୋଜନା ହେଲା ସିଏମ୍ କିଷାନ ଯୋଜନା । ଜାଣନ୍ତୁ ବଜେଟରେ ସରକାର କଲେ କେତେ ଟଙ୍କା ବ୍ୟୟ ବରାଦ
/kanak/media/post_attachments/wp-content/uploads/2024/07/26-15.jpg)