ଚିଠିର ମୂଲ୍ୟ ୧୨ ଲକ୍ଷ ! ଜାଣନ୍ତୁ କ’ଣ ରହିଛି ଖାସ୍ ।

33

ଗୋଟିଏ ଚିଠିର ମୂଲ୍ୟ ୧୨ ଲକ୍ଷ ଟଙ୍କା ଏହି ଖବର ଶୁଣି ଆପଣ ମଧ୍ୟ ଚମକି ପଡିଥିବେ । ଏମତି କ’ଣ ଅଛି ଏହି ଚିଠିରେ ଯେ ଏହାର ମୂଲ୍ୟ ୧୨ ଲକ୍ଷ ଟଙ୍କା । ତେବେ ଆପଣଙ୍କୁ ଦ୍ୱିଧାରେ ନ ପକାଇ ଆମେ ଆପଣଙ୍କୁ ଏହି ଦାମୀ ଚିଠି ବିଷୟରେ କହିବାକୁ ଯାଉଛୁ । ୧୨ ଲକ୍ଷ ଟଙ୍କା ଦାମରେ ବିକ୍ରି ହେଉଥିବା ଏହି ଚିଠି କୌଣିସି ମାମୁଲି ଚିଠି ନୁହେଁ । ୯୦ ବର୍ଷ ପୁରୁଣା ଏହି ଚିଠିଟି ହେଉଛି ପ୍ରସିଦ୍ଧ ବୈଜ୍ଞାନିକ ଆଇନଷ୍ଟାଇନଙ୍କ ଦ୍ୱାରା ଲିଖିତ ହୋଇଥିବା ଚିଠି । ତେବେ ଏହି ଚିଠିକୁ ନିଲାମ କରିବା ପ୍ରକ୍ରିୟା କୁ ଆରମ୍ଭ କରାଯାଇଛି । ଜର୍ମାନୀର ଭୌତିକ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ୍ ନିଜ ବନ୍ଧୁଙ୍କ ପାଖକୁ ନିମନ୍ତ୍ରଣରେ ଏହି ଚିଠିଟିକୁ ଲେଖିଥିଲେ ।

ତେବେ ଅନଲାଇନ୍ ନିଲାମ ପାଇଁ ସେପ୍ଟେମ୍ବର ୧୨ ତାରିଖରୁ ପ୍ରକ୍ରିୟା ଆରମ୍ଭ ହେଉଥିବାର ସୁଚନା ମିଳୁଛି । ତେବେ ଏହି ପତ୍ରରେ ଆଇନଷ୍ଟାଇନଙ୍କ ଦସ୍ତଖତ ମଧ୍ୟ ରହିଛି । ଆମେରିକାର ଆରଆର ଆକ୍ସନ ଅନୁସାରେ ଏହି ପତ୍ରରେ ଆଇନଷ୍ଟାଇନ୍ ରିସିନବାଚ୍ ଏବଂ ତାଙ୍କ ପତ୍ନୀଙ୍କୁ ଗରମପାନୀୟ ପାଇଁ ଆମନ୍ତ୍ରଣ ଦେଇଥିଲେ । ତେବେ ଏହି ପତ୍ରରେ ୧୯୨୮ ମସିହା ଅକ୍ଟୋବର ୧୯ ତାରିଖ ଲେଖାଥିବାର ମଧ୍ୟ ଦେଖାଯାଏ । ଏହି ପତ୍ରକୁ ସେତେବେଳେ ଲେଖାଯାଇଥିଲା ଯେବେ ଆଇନଷ୍ଟାଇନ୍ ରିସିନବାଚ୍ ଏବଂ ଅଷ୍ଟ୍ରୀୟାର ବୈଜ୍ଞାନିକ ଅର୍ବିନ ଶ୍ରୀଡିଗ୍ନରଙ୍କ ସହ ବର୍ଲିନ୍ ବିଶ୍ୱବିଦ୍ୟାଳୟରେ ପଢୁଥିଲେ ।