ପ୍ରଥମ ଇଂନିସରେ ଚେନ୍ନାଇର ସ୍କୋର ୧୯୧  । ବାଙ୍ଗାଲୋରକୁ ବିଜୟ ଲକ୍ଷ୍ୟ ୧୯୨ । ରବୀନ୍ଦ୍ର ଜାଡେଜାଙ୍କ ଦମଦାର ୬୨ ରନ୍ । 

126

କନକ ବ୍ୟୁରୋ: ଆଜି ଏକ ରୋମାଂଚକର ମ୍ୟାଚରେ ଆରସିବି ବୋଲିଂକୁ ଟକ୍କର ଦେଇଛି ଚେନ୍ନାଇ ବ୍ୟାଟିଂ । ଧୋନୀବାହିନୀ ଆଜିର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୧୯୧ ରନ୍ କରିବା ସହିତ କୋହଲିବାହିନୀକୁ ଜିତିବା ପାଇଁ ୧୯୨ ରନର ଲକ୍ଷ୍ୟ ଦେଇଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ମ୍ୟାଚରେ ଜାଡେଜା ଧୂଆଁଧାର ୬୨ ରନର ଇଂନିସ ଖେଳିଛନ୍ତି ।

ଆଜି ଟସ୍ ଜିତି ଚେନ୍ନାଇ ଅଧିନାୟକ ଧୋନୀ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଯାହାକୁ ସଠିକ୍ ସାବ୍ୟସ୍ତ କରିଥିଲେ ଦଳର ବ୍ୟାଟ୍ସମ୍ୟାନମାନେ । ଦୁଇ ଓପନର ଗାଏକ୍ୱାଡ୍ ଓ ଡୁ ପ୍ଲେସିସ୍ ୭୪ ରନର ପାର୍ଟନରସିପ ଗଢିଥିଲେ । ଏହାପରେ ସୁରେଶ ରାଇନା ଓ ରବୀନ୍ଦ୍ର ଜାଡେଜା ମଧ୍ୟ ଧୂଆଁଧାର ଇଂନିସ ଖେଳିଥିଲେ । ଯାହା ଫଳରେ ଦଳର ସ୍କୋର ୨୦ ଓଭରରେ ୧୯୧ରେ ପହଞ୍ଚିଥିଲା । ଆରସିବି ପକ୍ଷରୁ ହର୍ଷଲ ପଟେଲ ୩ଟି ସଫଳତା ପାଇଥିବାବେଳେ ଚହଲ ଗୋଟିଏ ମାତ୍ର ସଫଳତା ପାଇଥିଲେ  । ଆରସିବିର ଅନ୍ୟ କୌଣସି ବୋଲର ସଫଳତ ସାବ୍ୟସ୍ତ ହୋଇନଥଲେ ।