୨୪ ଘଂଟାରେ ରାଜ୍ୟରେ ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ୧୯୧୩, ୧୫ ମୃତ୍ୟୁ

197

କନକ ବ୍ୟୁରୋ : ରାଜ୍ୟରେ କ୍ରମାଗତ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଂଟାରେ ରାଜ୍ୟରେ ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ୧୯୧୩ ରହିଛି । ସେମାନଙ୍କ ମଧ୍ୟରୁ ୧୧୦୯ ଜଣ କ୍ୱାରେଣ୍ଟିନ ସେଂଟରରୁ ଥିବା ବେଳେ ୮୦୪ ଲୋକାଲ କେସ ରହିଛି ।
ଅନୁଗୁଳ ୧୦୬, ବାଲେଶ୍ୱର ୭୩, ବରଗଡ ୬୩, ଭଦ୍ରକ ୪୬, ବଲାଙ୍ଗିର ୬୩, ବୌଦ୍ଧ ୧୨, କଟକ ୧୫୦, ଦେବଗଡ ୫, ଢେଙ୍କାନାଳ୪୮, ଗଜପତି ୪, ଗଞ୍ଜାମ ୨୮, ଜଗତସିଂହପୁର ୯୯, ଯାଜପୁର ୭୨, ଝାରସୁଗୁଡା ୪୮, କଳାହାଣ୍ଡି ୮୨, କନ୍ଧମାଳ ୪୮, କେନ୍ଦ୍ରାପଡା ୫୧, କେଉଁଝର ୭୪, ଖୋର୍ଦ୍ଦା ୨୫୪, କୋରାପୁଟ୍ ୫୪, ମାଲକାନଗିରି ୧୬, ମୟୁରଭଞ୍ଜ ୯୨, ନବରଙ୍ଗପୁର ୪୧, ନୟାଗଡ ୩୩, ନୂଆପଡା ୬୩, ପୁରୀ ୫୫, ରାୟଗଡା ୧୪, ସମ୍ବଲପୁର ୫୦, ସୋନପୁର ୨୦, ସୁନ୍ଦରଗଡ ୯୯, ଷ୍ଟେଟ୍ପୋଲ ୫୦ ।
ଏହା ସହ ରାଜ୍ୟରେ ଗତ ୨୪ ଘଂଟାରେ ୨୭୧୬ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୪୧,୯୯.୫୦୮ ଜଣଙ୍କର ପରୀକ୍ଷା କରାଯାଇଥିବା ବେଳେ ୨,୭୬,୦୯୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨,୫୪,୯୧୩ ଜଣ ସୁସ୍ଥ ହୋଇଥିବା ବେଳେ ୧୯,୯୩୨ ଜଣ ଏବେ ଚିକିତ୍ସିତ ହେଉଛନ୍ତି ।
ଅନ୍ୟପଟେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ କରୋନା ଜନିତ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତକଙ୍କ ସଂଖ୍ୟା ୧୧୯୬ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।

Comments are closed.