କରୋନାର ତୃତୀୟ ଲହର ଆସିବା ପୂର୍ବରୁ ବଢୁଛି ଶିଶୁ ମାନଙ୍କ ସଂକ୍ରମଣ ସଂଖ୍ୟା । କର୍ଣ୍ଣାଟକରେ ଗତ ୧୫ ଦିନ ମଧ୍ୟରେ ୧୯ ହଜାର ଶିଶୁ ସଂକ୍ରମିତ, ଦିଲ୍ଲୀରେ ୨ ଶିଶୁଙ୍କ ମୃତ୍ୟୁ ।

1,256

କନକ ବ୍ୟୁରୋ : ଦେଶରେ କରୋନାର ତୃତୀୟ ଲହର ଆସିବା ପୂର୍ବରୁ କର୍ଣ୍ଣାଟକରେ ଅହେତକୁ ଭାବେ କରୋନା ସଂକ୍ରମଣରେ ସଂକ୍ରମିତ ହେଉଛନ୍ତି ଶିଶୁମାନେ । ମହାରାଷ୍ଟ୍ର ପରେ କର୍ଣ୍ଣାଟକ ହେଉଛି ସେହି ରାଜ୍ୟ ଯେଉଁଠାରେ କରୋନାର ଦ୍ୱିତୀୟ ଲହର ବେଳେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଗୋଟିଏ ପଟେ ବିଶେଷଜ୍ଞଙ୍କ ମତରେ କରୋନାର ତୃତୀୟ ଲହର ଶିଶୁମାନଙ୍କ ପାଇଁ ବେସି ବିପଦ ବୋଲି କହୁଥିବା ବେଳେ ତୃତୀୟ ଲହର ଆସିବା ପୂର୍ବରୁ କର୍ଣ୍ଣାଟକର ସ୍ଥତି ଦେଶବସୀଙ୍କୁ ଭୟଭିତ କରିଛି ।

କହିରଖୁ କି କରୋନାର ପ୍ରଥମ ଲହର ବେଳେ କର୍ଣ୍ଣାଟକରେ ମାର୍ଚ୍ଚ ୯ ତାରିଖରୁ ସେପ୍ଟେମ୍ବର ୨୫ ତାରିଖ ମଧ୍ୟରେ ୧୦ ବର୍ଷରୁ କମ୍ ବୟସ୍କ ପିଲାଙ୍କ ଠାରେ ବି କରୋନା ସଂକ୍ରମଣ ଦେଖିବାକୁ ମିଳିଥିଲା । ଏହି ସମୟରେ ରାଜ୍ୟରେ ୧୦ ବର୍ଷର୍ରୁ କମ୍ ୧୯.୩୭୮ ଜଣ ସଂକ୍ରମିତ ହୋଇଥିଲେ । ସେହିଭଳି ୧୧ ବର୍ଷରୁ ୨୦ ବର୍ଷ ମଧ୍ୟରେ ୪୧,୯୮୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା କଥା କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଥିଲା । ହେଲେ ଏସବୁ ରେକର୍ଡ ଏବେ ଭାଙ୍ଗିଛି । ଗତ ୧୫ ଦିନ ମଧ୍ୟରେ ରାଜ୍ୟରେ ୧୦ ବର୍ଷରୁ କମ୍ ୧୯ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଡକ୍ଟରଙ୍କ କହିବା ମୁତାବକ ପିଲାଙ୍କ ଠାରେ କରୋନାର ଅଜବ ଲକ୍ଷଣ ଦେଖିବାକୁ ମିଳୁଛି । ୧୦ ବର୍ଷ ରୁ କମ୍ ପିଲାଙ୍କ ଠାରେ ଗେଷ୍ଟଳ୍ରାଏଣ୍ଟେରାଇଟସ୍ ଦେଖିବାକୁ ମିଳୁଥିବା ବେଳେ କିଛି ପିଲାଙ୍କ ଠାରେ ଚର୍ମରୋଗ ଦେଖିବାକୁ ମିଳୁଛି । ଏନେଇ ସରକାର ଏବେଠାରୁ ସଜାଗ ହେଉଥିବା ଜଣାପଡିଛି ।

ଏହାପୂର୍ବରୁ ବି ଦିଲ୍ଲୀରେ କରୋନା ସଂକ୍ରମଣରେ ୨ ଜଣ ଛୋଟ ପିଲାଙ୍କର ମୃତ୍ୟୁ ହୋଇଛି । ୫ ବର୍ଷର ପରୀ ଓ ୯ ବର୍ଷର କେଶୁ ଦିଲ୍ଲୀର ଜିଟିବି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କର ମୃତ୍ୟୁ ହୋଇଛି ।