୧୯୦ ଲକ୍ଷ ବର୍ଷର ପୁରୁଣା ଶୁଆ । ଓଜନ ଏବଂ ଆକାର ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।

645

କନକ ବ୍ୟୁରୋ : ଦୁନିଆର ସବୁଠୁ ପୁରୁଣା ତଥା ଲୋପ୍ ପାଇଯାଇଥିବା ପଶୁପକ୍ଷୀଙ୍କ କଥା ଯଦି କୁହାଯାଏ, ତେବେ ମନରେ ସବୁଠୁ ପ୍ରଥମେ ଡାଇନାସୋରର ଚିତ୍ର ସାମ୍ନାକୁ ଆସିବ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ଶୁଆ ବିଷୟରେ କହିବୁ, ଯାହା ବିଷୟରେ ଶୁଣିଲେ ଆପଣ ବି ଆଶ୍ଟର୍ଯ୍ୟ ହୋଇଯିବେ ।

ବେଳେବେଳେ ବୈଜ୍ଞାନିକମାନଙ୍କୁ କିଛି ଏମିତି ତଥ୍ୟ ମିଳେ, ଯେଉଁଥିରେ ସେମାନେ ନିଜେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ବୈଜ୍ଞାନିକମାନେ ନ୍ୟୁଜିଲାଣ୍ଡରେ ପ୍ରାୟ ୧୯୦ ଲକ୍ଷ ବର୍ଷ ପୁରୁଣା ଏକ ଶୁଆର କିଛି ଅବଶିଷ୍ଟାଂଶ ଏବଂ ହାଡ ପାଇଛନ୍ତି । ତେବେ ଏହି ଶୁଆଟିର ଓଜନ ଏବଂ ଆକାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ବାୟୋଲୋଜି ଲେଟର୍ସରେ ପ୍ରକାଶିତ ଏକ ଅନ୍ତରାଷ୍ଟ୍ରୀୟ ଟିମର ରିପୋର୍ଟ ଅନୁଯାୟୀ, ବୈଜ୍ଞାନିକଙ୍କୁ ମିଳିଥିବା ଶୁଆଟିର ଅବଶିଷ୍ଠାଂଶ ଦର୍ଶାଉଛି ଯେ, ଶୁଆଟିର ଆକାର ଅପେକ୍ଷାକୃତ ବେଶ୍ ବଡ ରହିଥିଲା । ଶୁଆଟିର ଉଚ୍ଚତା ପ୍ରାୟ ୧ ମିଟର ଅର୍ଥାତ ୩.୩ ଫୁଟ୍ ଥିଲା । ଆଉ ସେହି ସମୟରେ ଶୁଆଟିର ଓଜନ ମଧ୍ୟ ପ୍ରାୟ ୭ କିଲୋଗ୍ରାମ ରହିଥିବା ଅନୁମାନ କରିଛନ୍ତି ବୈଜ୍ଞାନିକ । ତେବେ ଶୁଆଟି ଉଡି ପାରୁଥିଲା କି ନାହିଁ, ସେ ସମ୍ବନ୍ଧରେ କୌଣସି ସ୍ପଷ୍ଟ ତଥ୍ୟ ମିଳିପାରିନାହିଁ ।