କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ଏବେ ଡରାଇବା ଆରମ୍ଭ କରିଛି କରୋନା ଭାଇରସ । ରାଜଧାନୀରେ ଏବେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବଢିବା ସହ ଦୈନିକ ସଂକ୍ରମଣ ବି ବଢିବାକୁ ଲାଗିଛି । ଆଜି ଗୋଟିଏ ଦିନରେ ଭୁବନେଶ୍ୱରରୁ ୧୯୦ ପଜିଟିଭ୍ କେସ୍ ସାମ୍ନାକୁ ଆସିଥିବାବେଳେ ସେ ଭିତରୁ ୧୫୨ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡିଛି ।
ବିଏମସିର ରିପୋର୍ଟ ମୁତାବକ, ଗତ ୨୪ ଘଂଟା ଭିତରେ ରାଜଧାନୀରୁ ଚିହ୍ନଟ ହୋଇଛନ୍ତି ମୋଟ ୧୫୨ ସ୍ଥାନୀୟ ସଂକ୍ରମିତ । ବିଶେଷକରି ବଡଗଡ, ଖଣ୍ଡଗିରି, ପୁରୁଣା ଭୁବନେଶ୍ୱର, ଝାରପଡା, ସାମନ୍ତବିହାର ଅଂଚଳରୁ ଏକାଧିକ ଲୋକାଲ୍ କେସ୍ ସାମ୍ନାକୁ ଆସିଛି । ଯାହାକି ବିଏମସି ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଖାଲି ସେତିକି ନୁହେଁ ମଂଚେଶ୍ୱର ଓ ସୁନ୍ଦରପଦା ଅଂଚଳରୁ ମଧ୍ୟ ଏକାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
Update on newly detected #COVID19 cases in the last
24 hrs under the BMC area on 12th Apr (till 9am). pic.twitter.com/FAmAFxIQHq— BMC (@bmcbbsr) April 12, 2021
ଅନ୍ୟପଟେ ରାଜଧାନୀରୁ ଆଜି ୩୮ ଜଣ ସଂକ୍ରମିତ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଭିତରେ ୫ ଜଣ ଭିଏସଏସ୍ ନଗରରୁ ହୋଇଥିବାବେଳେ ୩ ଜଣ ସତ୍ୟନଗର ଓ ରସୁଲଗଡରୁ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୧୧୧କୁ ବୃଦ୍ଧି ପାଇଛି । ସେପଟେ ଆଜି ଭୁବନେଶ୍ୱରରୁ ୫୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ବିଏମସି ରିପୋର୍ଟ ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/04/40-4.jpg)