୧୯ ବର୍ଷର ଜଣେ ଦଳିତ ଯୁବତୀଙ୍କ ସହ ଗଣଦୁଷ୍କର୍ମ ପରେ ହତ୍ୟା । ହତ୍ୟା ପରେ ଶବକୁ ଗୋଟିଏ ଗଛରେ ଟାଙ୍ଗିଦେବାର ଘଟଣା ସାରା ଦେଶରେ ପୁଣି ହଇଚଇ ସୃଷ୍ଟି କରିଛି । ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ହ୍ୟାସଟାଗ୍ ଟ୍ରେଣ୍ଡ୍ ହେବାରେ ଲାଗିଛି । ଛାତି ଥରାଇଦେଲା ଭଳି ଏହି ଘଟଣା ଗୁଜୁରାଟର ଅରାବଲୀ ଜିଲ୍ଲାରୁ ଆସିଛି । ଅରାବଲୀ ଜିଲ୍ଲାର ମୋଡାସା ଗାଁରେ ଜଣେ ୧୯ ବର୍ଷୀୟା ଦଳିତ ଯୁବତୀ ୪ ଦିନ ଧରି ଅପହରଣ ହୋଇଥିଲେ । ପୋଲିସ୍ ୪ ଦିନ ଧରି ଖୋଜିବା ପରେ ଗୋଟିଏ ଗଛରୁ ଝିଅଟିର ଶବ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ଏହି ମାମଲାରେ ପରିବାର ଲୋକ ୪ ଜଣଙ୍କ ନାଁରେ ଅଭିଯୋଗ ଆଣିଛନ୍ତି । ଅପହରଣ, ଦୁଷ୍କର୍ମ ଏବଂ ହତ୍ୟା ମାମଳାରେ ଥାନାରେ ଏତଲା ଦିଆଯାଇଛି ।
ପୋଲିସ୍ ଯେତେବେଳେ ଶବକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ୍ ନେବାକୁ ଯାଉଥିଲେ ସେତେବେଳେ ପରିବାର ଲୋକ ୨ ଦିନ ଶବକୁ ଅଟକ ରଖିଥିଲେ । ଅପହରଣ , ଗଣଦୁଷ୍କର୍ମ ଏବଂ ହତ୍ୟାର ଏତଲା ଥାନାରେ ଦିଆଯିବାପରେ ଶବ ବ୍ୟବଚ୍ଛେଦ ହୋଇ ପରିବାରଙ୍କୁ ହସ୍ତାନ୍ତର କରାଯାଇଥିଲା । ତେବେ ପୀଡିତାଙ୍କ ଅନ୍ତିମ ସଂସ୍କାର ହୋଇଯାଇଛି କିନ୍ତୁ ଏଯାଏଁ ୪ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଫଳ ରହିଛି ପୋଲିସ୍ । ଏହି ଭିତରେ ସୋସିଆଲ୍ ମିଡିଆଠାରୁ ଆରମ୍ଭ କରି ଅଭିନେତା ଏବଂ ଅଭିନେତ୍ରୀ ପର୍ଯ୍ୟନ୍ତ ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ହ୍ୟାସଟ୍ୟାଗ୍ ର ଟ୍ରେଣ୍ଡ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/01/sad.png)
/kanak/media/post_attachments/wp-content/uploads/2020/01/gangrape-300x150.jpg)