କନକ ବ୍ୟୁରୋ: ୟୁଏସ୍ ଓପନ୍ ୨୦୨୩ର ନୂଆ ଚାମ୍ପିଅନ୍ ହେଲେ ୧୯ ବର୍ଷୀୟା ଆମେରିକାର କୋକୋ ଗଫ୍ । ପ୍ରଥମେ ଗଫଙ୍କ ପ୍ରଦର୍ଶନ ଥିଲେ ବି ପରେ ପରେ ସେ ଟୁର୍ଣ୍ଣାମେଣ୍ଟକୁ ନିଜ ଅକ୍ତିଆରକୁ ଆଣିବାରେ ସଫଳ ହୋଇଥିଲେ । ଶେଷରେ ଆର୍ୟାନା ସବାଲେଙ୍କାଙ୍କୁ ୨-୬, ୬-୩, ୬-୨ ପଏଣ୍ଟରେ ହରାଇ ଚାମ୍ପିଅନ୍ ହୋଇଛନ୍ତି । ଏଥିରେ ଗଫଙ୍କୁ ୨୫ କୋଟିର ପୁରସ୍କାର ରାଶି ସହ ଟ୍ରଫି ମିଳିଛି ।

Advertisment

ପିଲାବେଳୁ ଦେଖୁଥିବା ସ୍ୱପ୍ନକୁ ସାକାର କରିଛନ୍ତି କୋକୋ ଗଫ୍ । ପିଲାବେଳୁ ବାପା, ମା’ଙ୍କ ସହ ୟୁଏସ୍ ଓପନ୍ ଟୁର୍ଣ୍ଣାମେଣ୍ଟକୁ ଦେଖିବାକୁ ଆସୁଥିଲେ ଗଫ୍ । ଶନିବାର ଏହି ମ୍ୟାଚରେ ଚାମ୍ପିଅନ୍ ହେବା ପରେ ଟେନିସ୍ କୋର୍ଟରେ କାନ୍ଦିପକାଇଥିଲେ ଗଫ୍ । ଏହାସହ ନିଜର ସଫଳତା ପାଇଁ ଗଫ୍ ବାପା , ମା’, ଜେଜେ ବାପା, ଜେଜେ ମା’ ଙ୍କୁ ଶ୍ରେୟ ଦେଇଛନ୍ତି ।