କାୟା ମେଲାଉଛି କରୋନା : ରାଜ୍ୟରେ ଆଜି ଆଉ ୨୫ ଜିଲ୍ଲାରୁ ୭୩୬ ପଜିଟିଭ୍ ଚିହ୍ନଟ : ସଂଗରୋଧରୁ ୪୮୧ ଓ ୨୫୫ ଲୋକାଲ୍ କେସ୍

1,754

ଧିରେ ଧିରେ କାୟା ମେଲାଉଛି କରୋନା । ରାଜ୍ୟରେ ଦିନକୁ ଦିନ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ରାଜ୍ୟରେ ଆଉ ୨୫ ଜିଲ୍ଲାରୁ ୭୩୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୪୮୧ ଚିହ୍ନଟ ହୋଇଥିବା ବେଳେ ୨୫୫ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ପ୍ରତିଥର ଭଳି ଆଜି ମଧ୍ୟ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ ।

ଆଜି ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୂଚୀ : ଅନୁଗୁଳ – ୨୨, ବାଲେଶ୍ୱର – ୩୩, ବରଗଡ଼ – ୩, ଭଦ୍ରକ – ୫. ବଲାଙ୍ଗୀର – ୪, ବୌଦ୍ଧ : ୮, କଟକ – ୨୭, ଢେଙ୍କାନାଳ – ୧ , ଗଜପତି – ୩୯, ଗଞ୍ଜାମ – ୨୪୭, ଜଗତସିଂହପୁର – ୪୦, ଯାଜପୁର – ୪୦, କଳାହାଣ୍ଡି – ୨, କେନ୍ଦ୍ରାପଡ଼ା – ୭ ,ଖୋର୍ଦ୍ଧା – ୧୦୭ , କେନ୍ଦୁଝର – ୧ , କୋରାପୁଟ – ୪୫ , ମାଲକାନଗିରି – ୧୮ , ମୟୁରଭଞ୍ଜ – ୧୨ , ନବରଙ୍ଗପୁର – ୧ , ନୟାଗଡ଼ – ୧୦ , ପୁରୀ – ୧୪ ଚିହ୍ନଟ ହୋଇଛନ୍ତି ।