ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସମ୍ ହସ୍ପିଟାଲରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାରେ ମୃତକଙ୍କ ପରିଚୟ ମିଳିଛି । ତେବେ ଏହି ସମ୍ବେଦନଶୀଳ ଘଟଣାରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ତେବେ ମୃତଙ୍କର ପରିଚୟ ମିଳିଛି । ମୃତକମାନେ ହେଲେ ଭୁବନେଶ୍ୱର ସାମନ୍ତରାପୁର ଅଶୋକ କୁମାର ସାହୁ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ନରେନ୍ଦ୍ର ନାଥ ସୁର, ଭୁବନେଶ୍ୱର ବାଲିପାଟଣାର ନିମାଁଇ ଚରଣ ନାୟକ, ପଦ୍ମୀନି ଦେହୁରୀ, କେନ୍ଦୁଝର, ତ୍ରୀବେଣି ନାୟକ, ଗଂଜାମ ଗୋଷାଣୀ ନୂଆଗାଁ, ଲିଙ୍ଗରାଜ ରାଉଳ, ଗଂଜାମ, ଶୈଳବାଳା ସାସମଲ ଜଗତସିଂହପୁର, ମନସ୍ୱିନୀ ଷଡଙ୍ଗୀ ଜଙ୍କିଆ, ସୁଲୋଚନା ପରିଡା କେନ୍ଦ୍ରାପଡା ଜିଲ୍ଲା ପାଟକୁରା, ଲୋଚନ ବରାଳ, ଖୋର୍ଦ୍ଧା ବେଗୁନିଆ, ଯୋଗେନ୍ଦ୍ର ଦାସ, ପି. କଲ୍ୟାଣୀ ପାତ୍ର, କବିସୂର୍ଯ୍ୟନଗର ଗଂଜାମ, ଲତିକା ଦାସ ଭୀମଟାଙ୍ଗୀ ଭୁବନେଶ୍ୱର, ଭାଗ୍ୟଧର ବେହେରା କାମାକ୍ଷାନଗର ଢେଙ୍କାନାଳ, ମହମ୍ମଦ ହାସନ୍, ଖୋର୍ଦ୍ଧା, ରଜନୀ ପାତ୍ର, ବାଣପୁର,ଓ ପ୍ରସନ୍ନ ତ୍ରିପାଠୀ ବୋଲଗଡଙ୍କର ପରିଚୟ ମିଳିଛି ।
ସଂପର୍କୀୟଙ୍କ ଆରୋଗ୍ୟ ପାଇଁ ହସ୍ପିଟାଲ ଆସିଥିଲେ ସମସ୍ତେ, ହେଲେ ଅଗ୍ନିକାଣ୍ଡ ଆଣିଦେଲା ଦାରୁଣ ଦୁଃଖ । ଛଡାଇନେଲା କାହାର ବାପା, କାହାର ମାଆ, ଆଉ କାହାର ସ୍ୱାମୀ, ପୁଣି କାହାର ସନ୍ତାନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/article-urn-publicid-ap.org-c72053d663714676b904ddb6b4797eb9-38AxOnTZl34fffffd23ae553002b-399_634x407.jpg)