ଗାଈ ଗୋଠରେ ହେଲା ବଜ୍ରପାତ: ଆମ୍ବ ଗଛ ମୂଳେ ଆଶ୍ରୟ ନେଇଥିବା ବେଳେ ବଜ୍ରାଘାତରେ ୧୯ଟି ଗାଈଙ୍କ ମୃତ୍ୟୁ

5,159

କନକ ବ୍ୟୁରୋ: ଗାଈ ଗୋଠରେ ପଡିଲା ଘଡଘଡି । ବଜ୍ରପାତରେ ଚାଲିଗଲା ୧୯ ଗାଈଙ୍କ ଜୀବନ । ଗାଈ ଗୁଡିକ ଆମ୍ବ ଗଛ ମୂଳେ ଆଶ୍ରୟ ନେଇଥିବା ବେଳେ ବଜ୍ରାଘାତ ହୋଇଛି । ଆଜି ଅପରାହ୍ଣରେ ଭଂଜନଗର ଦବାଙ୍ଗୀ ଗାଁରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କାଳବୈଶାଖୀ ଯୋଗୁଁ ହଠାତ୍ ପାଗ ବଦଳି ଯିବା ସହ ବର୍ଷ ହୋଇଛି । ସେହି ସମୟରେ ପ୍ରବଳ ବିଜୁଳି ଘଡଘଡି ମାରିଛି । ବର୍ଷା ଯୋଗୁଁ ଗାଇ ଗୁଡିକ ତୋଟାରେ ଥିବା ଆମ୍ବ ଗଛ ମୂଳକୁ ଚାଲି ଆସିଥିଲେ । ଆମ୍ବ ଗଛକୁ ବଜ୍ରାଘାତ ହେବାରୁ ସେଠାରେ ଆଶ୍ରୟ ନେଇଥିବା ଗାଇଗୁଡିକଙ୍କର ମୃତ୍ୟୁ ହୋଇଛି ।