ଆଜି ଚିହ୍ନଟ ହୋଇଥିବା ୨୬ ପଜିଟିଭଙ୍କ ସମ୍ପର୍କରେ ଆସିଲା ତଥ୍ୟ: ସମସ୍ତ ପଜିଟିଭଙ୍କ ରହିଛି ସୁରତ ଲିଙ୍କ; ସବୁ ଆକ୍ରାନ୍ତ ପୁରୁଷ, ୧୮ରୁ ୫୮ବର୍ଷ ମଧ୍ୟରେ ରହିଛି ସଂକ୍ରମିତଙ୍କ ବୟସ

Advertisment
ଆଜି ଚିହ୍ନଟ ହୋଇଥିବା ୨୬ ପଜିଟିଭଙ୍କ ସମ୍ପର୍କରେ ଆସିଲା ତଥ୍ୟ: ସମସ୍ତ ପଜିଟିଭଙ୍କ ରହିଛି ସୁରତ ଲିଙ୍କ; ସବୁ ଆକ୍ରାନ୍ତ ପୁରୁଷ, ୧୮ରୁ ୫୮ବର୍ଷ ମଧ୍ୟରେ ରହିଛି ସଂକ୍ରମିତଙ୍କ ବୟସ

କନକ ବ୍ୟୁରୋ: ଆଜି ରାଜ୍ୟରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ୨୬ଜଣଙ୍କ ସଂପର୍କରେ ଅଧିକ ତଥ୍ୟ ପ୍ରଦାନ କରିଛି ସୂଚନା ଓ ଲୋକ ସଂପର୍କ ବିଭାଗ। ଏମାନେ ସମସ୍ତେ ସୁରତ ଫେରନ୍ତା ଏବଂ ପୁରୁଷ ବୋଲି ଜଣାଯାଇଛି। ଆଜି ଚିହ୍ନଟ ହୋଇଥିବା ଗଞ୍ଜାମ ଜିଲ୍ଲାର ୧୯ ଆକ୍ରାନ୍ତଙ୍କ ବୟସ  ୨୬, ୪୫, ୨୧, ୩୮, ୪୦,୩୩, ୪୫., ୩୧, ୨୩, ୪୭, ୩୫,୨୪, ୩୦, ୧୮, ୨୯, ୫୭, ୩୮, ୩୧, ଏବଂ ୫୮ ବର୍ଷ ବୋଲି ଏଥିରେ ସୂଚନା ଦିଆଯାଇଛି।

ଠିକ୍ ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରୁ ଚିହ୍ନଟ ୫ ଆକ୍ରାନ୍ତଙ୍କ ବୟସ  ୩୨, ୩୩, ୨୭, ୩୫ ଓ ୩୧ ବର୍ଷ । ଅପରପକ୍ଷରେ ଭଦ୍ରକରେ ଚିହ୍ନଟ ହୋଇଥିବା ଦୁଇ କରୋନା ଆକ୍ରାନ୍ତଙ୍କ ବୟସ ୨୧ ଓ ୪୧ ବର୍ଷ। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

publive-image

ରାଜ୍ୟରେ ଆଉ ୨୬ କରୋନା ଆକ୍ରାନ୍ତ ଚିହ୍ନଟ । ଗଂଜାମର ୧୯, କେନ୍ଦ୍ରାପଡାରୁ ୫ ଓ ଭଦ୍ରକରୁ ୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି । ସମସ୍ତ ଆକ୍ରାନ୍ତଙ୍କର ସୁରତ ଲିଙ୍କ ରହିଛି । ଏନେଇ ସ୍ପଷ୍ଟ କରିଛି ରାଜ୍ୟ ସୂଚନା ଓ ପ୍ରସାରଣ ବିଭାଗ । ମୋଟ ଆକ୍ରାନ୍ତ ସଂଖ୍ୟା ୨୪୫କୁ ବୃଦ୍ଧି । ସମସ୍ତ ଆକ୍ରାନ୍ତ କ୍ୱାରେନଟିନ୍ ସେଂଟରରେ ରହୁଥିଲେ । ରାଜ୍ୟରେ ଏବେ ୧୮୧ଟି ଆକ୍ଟିଭ ମାମଲା ରହିଛି । ୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆକ୍ରାନ୍ତମାନେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗଂଜାମର ୧୯ ନୂଆ ଆକ୍ରାନ୍ତଙ୍କୁ ନେଇ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୪୭ରେ ପହଂଚିଛି । ଗଂଜମାରେ ଚିହ୍ନଟ ହୋଇଥିବା ବ୍ୟକ୍ତି ସୁରତରୁ ଫେରିଛନ୍ତି । ସେମାନଙ୍କୁ ସଂଗରୋଧ କେନ୍ଦ୍ରରେ ରଖିଯାଇଥିଲା । ତେବେ ସବୁଠାରୁ ବଡ କଥା ହେଉଛି, ଅଧିକାଂଶ ଆକ୍ରାନ୍ତଙ୍କ ଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe