କରୋନା ବଢାଉଛି ହୃଦରୋଗ ! ୭୮ ପ୍ରତିଶତ କୋଭିଡ୍ ୧୯ ରୋଗୀଙ୍କ ଠାରେ ଦେଖାଦେଉଛି ହୃଦଜନିତ ସମସ୍ୟା । ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ

255

କନକ ବ୍ୟୁରୋ : କରୋନା ରୋଗକୁ ନେଇ ସାମ୍ନାକୁ ଆସିଛି ଏକ ଚିନ୍ତାଜନକ ଖବର । ୭୮ ପ୍ରତିଶତ କୋଭିଡ୍ ୧୯ ରୋଗୀଙ୍କ ଠାରେ ଦେଖାଦେଉଛି ହୃଦ୍ ଜନିତ ସମସ୍ୟା । ଏନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁସାରେ ଯେଉଁମାନେ ସାର୍ସ କୋଭ ୨ ଭୂତାଣୁର ସଂକ୍ରମିତ ହୋଇଥିଲେ. ଯାହାକି କୋଭିଡ୍ ୧୯ ଭୂତାଣୁର କାରକ, ଏହା ହିଁ ଏହି ହୃଦ୍ ସମସ୍ୟାକୁ ଅଧିକ ଜଟିଳ କରୁଛି । ଏହାର ଶିକାର ହେବା ପରେ ହୃଦୟର ମାଂଶପେଶୀ ଗୁଡିକ ବିଶେଷ ଭାବେ ଫୁଲି ଯାଇଥାଏ ।
ତେଣୁ ଏହି ଅନୁଧ୍ୟାନ ସ୍ପଷ୍ଟ କରୁଛି କୋଭିଡ୍ ୧୯ ଭୂତାଣୁ କେବଳ ଫୁସଫୁସ୍ ନୁହଁ ମନୁଷ୍ୟର ସବୁଠାରୁ ଜଟିଳ ତଥା ଜରୁରୀ ଅଂଗ ହୃଦୟକୁ ସଂକ୍ରମିତ କରୁଛି । ଏନେଇ ଅଧିକ ଅନୁଧ୍ୟାନ ଜାରି ରହିଛି । ତେଣୁ ଏ ସଂପର୍କରେ ଅଧିକ ରିପୋର୍ଟ ଆଗକୁ ଆସିବା ବାକି ରହିଛିା