ଗଞ୍ଜାମ ଓ ଗଜପତି ଇଞ୍ଜିନିୟରଙ୍କୁ ସଲାମ ! ବାତ୍ୟା ପ୍ରଭାବିତ ଅଞ୍ଚଳରେ ୮ ଜେନେରେଟରରେ ୧୮ ପାନୀୟ ଜଳ ପ୍ରକଳ୍ପକୁ କଲେ କାର୍ଯ୍ୟକ୍ଷମ

ବାତ୍ୟା ଫୋନି ଅସ୍ତରଙ୍ଗ ଓ କାକଟପୁରକୁ ଖିନଭିନ୍ କରିଛି

110

କନକ ବ୍ୟୁରୋ : ବାତ୍ୟା ଫୋନି ଅସ୍ତରଙ୍ଗ ଓ କାକଟପୁରକୁ ଖିନଭିନ୍ କରି ଚାଲିଯିବା ପରେ ଲୋକଙ୍କୁ ପିଇବା ପାଣି ଯୋଗାଇବା ପ୍ରଶାସନ ପାଇଁ ବଡ ଚ୍ୟାଲେଂଜ ଭାବେ ଉଭା ହୋଇଛି । ୪ ତାରିଖ ସଂଧ୍ୟାରୁ ପ୍ରାଚୀ ନଦୀରୁ ପାଣି ଆଣି ବିଶୋଧନ କରି ବାତ୍ୟା ବିପନ୍ନଙ୍କୁ ଯୋଗାଉଛନ୍ତି ବିଭାଗୀୟ ଅଧିକାରୀ । ପ୍ରତିଦିନ ପ୍ରଭାବିତ ଅଂଚଳରେ ପ୍ରାୟ ୨୦ ଲକ୍ଷ ଲିଟର ପାଣି ଯୋଗାଉଛି ଗ୍ରାମ୍ୟଜଳ ଯୋଗାଣ ପରିମଳ ବିଭାଗ ।

ଲୋକମାନଙ୍କ ସେବା କରିବା ସମୟରେ କଷ୍ଟ ଜଣା ପଡେନାହିଁ । ବାହାର ଜିଲ୍ଲାରୁ ଆସିଥିଲେ ସୁଦ୍ଧା ଲୋକଙ୍କ କାମ କରିବରେ ଟିକେ ବି କୁଣ୍ଠାବୋଧ କରୁନାହାନ୍ତି ଗଂଜାମ ଓ ଗଜପତିରୁ ଆସିଥିବା ଗ୍ରାମ୍ୟଜଳ ଯୋଗାଣ ଓ ପରିମଳ ବିଭାଗର ଅଧିକାରୀ । କାକଟପୁରର ବାତ୍ୟା ପ୍ରଭାବିତ ଅଂଚଳରେ ପୂର୍ବ ଭଳି ୧୮ଟି ଓଭର ହେଡ ଟ୍ୟାଙ୍କ ଓ ୧୧ଟି ୱାଟର ଟ୍ୟାଙ୍କରରେ ପିଇବା ପାଣି ଯୋଗାଇ ଦିଆଯାଉଛି ।