ଚେନ୍ନାଇ ବ୍ୟାଟିଂକୁ ଟକ୍କର ଦେଲା ରାଜସ୍ଥାନ ବୋଲିଂ । ୨୦ ଓଭରରେ ସିଏସକେର ସ୍କୋର ୧୮୮ । ରାଜସ୍ଥାନକୁ ବିଜୟ ଲକ୍ଷ୍ୟ ୧୮୯

73

କନକ ବ୍ୟୁରୋ: ଆଇପିଏଲରେ ଆଜି ସିଏସକେର ଶକ୍ତିଶାଳୀ ବ୍ୟାଟିଂ କ୍ରମକୁ ଟକ୍କର ଦେଇଛି ରାଜସ୍ଥାନ ରୟାଲ୍ସ । ଚେନ୍ନାଇ ପ୍ରଥମ ଇଂନିସରେ ୯ ୱିକେଟ୍ ହରାଇ ୧୮୮ ରନ୍ କରିପାରିଛି । ରାଜସ୍ଥାନ ପକ୍ଷରୁ ଦ୍ରୁତ ବୋଲର ଚେତନ ସକାରିଆ ୩ଟି ସଫଳତା ପାଇଥିବାବେଳେ କ୍ରିସ ମୋରିସ ୨ଟି, ମୁସ୍ତାଫିଜୁର ଓ ରାହୁଲ ତେୱାଟିଆଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି ।

ଆଜି ରାଜସ୍ଥାନ ରୟାଲ୍ସର ଅଧିନାୟକ ସଂଜୁ ସାମସନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ଚେନ୍ନାଇ ସୁପର କିଙ୍ଗସ୍ । ତେବେ ଦଳ ୪୫ ରନରେ ହିଁ ନିଜର ଦୁଇ ଓପନରଙ୍କୁ ହରାଇଥିଲା । ଏହାପରେ ରନର ଗତି କମିବା ସହିତ ଦଳ ଗୋଟିଏ ପରେ ଗୋଟିଏ ଝଟକା ଖାଇଥିଲା । ଶେଷ ଆଡକୁ ଧୋନୀ ମଧ୍ୟ ମାତ୍ର ୧୮ ରନ କରି ପ୍ୟାଭିଲିୟନ ଫେରିଥିଲେ । ହେଲେ ଦଳର ସ୍କୋର କିନ୍ତୁ ବଢିଚାଲିଥିଲା । ରାଜସ୍ଥାନ ରୟାଲ୍ସ ପକ୍ଷରୁ ଦ୍ରୁତ ବୋଲର ଚେତନ ସକାରିୟା ୩ଟି ସଫଳତା ପାଇଥିବାବେଳେ କ୍ରିସ୍ ମୋରିସ ଦୁଇଟି ୱିକେଟ୍ ହାତେଇଥିଲେ । ମୁସ୍ତାଫିଜୁର ରେହମାନ ଓ ତେୱାଟିଆ ପ୍ରତ୍ୟେକ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ ।