ହାଇଦ୍ରାବାଦକୁ ୧୮୮ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା । ପ୍ରଥମ ଇଂନିସରେ ଜବରଦସ୍ତ ୮୦ ରନ କଲେ ନିିତିଶ ରାଣା ।

55

କନକ ବ୍ୟୁରୋ: ଆଜି ଆଇପିଏଲରେ କେକେଆର୍ ଦଳ ହାଇଦ୍ରାବାଦ ଆଗରେ ୧୮୮ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ପ୍ରଥମ ଇଂନିସରେ କେକେଆର୍ ୧୮୭ ରନ୍ କରିବା ସହିତ ଏକ ଜବରଦସ୍ତ ଟାର୍ଗେଟ ଦେଇଛି । ଆଜି ପ୍ରଥମ ଟସ ଜିତି ହାଇଦ୍ରାବାଦ ବୋଲିଂ ନିଷ୍ପତ୍ତି ନେଇଥିଲା । ଏହାପରେ ଦଳ ପାଇଁ ଶୁଭମନ ଗିଲ୍ ଓ ନିତିଶ ରାଣା ଇଂନିସ ଓପନ କରିଥିଲେ ।

ନିତିଶ ରାଣା ଆରମ୍ଭରୁ ହିଁ ଆକ୍ରମଣ କରିବା ଆରମ୍ଭ କରିଥିଲେ । ହେଲେ ଗିଲ୍ କିନ୍ତୁ ମାତ୍ର ୧୫ ରନ କରି ପ୍ୟାଭିଲିୟନ ଫେରିଥିଲେ । ଏହାପରେ ରାହୁଲ ତ୍ରିପାଠୀଙ୍କ ସହ ମିଶି ରାଣା ରନର ଗତି ଆଗକୁ ବଢାଇଥିଲେ । ଏହାପରେ ରାହୁଲ ୫୩ ରନ କରି ଆଉଟ୍ ହୋଇଥିଲେ । ହେଲେ ରାଣା ନିଜ ଇଂନିସକୁ ଆଗକୁ ବଢାଇଥିଲେ । ବ୍ୟକ୍ତିଗତ ୮୦ ରନ କରି ରାଣା ଆଉଟ୍ ହୋଇଥିଲେ । ହାଇଦ୍ରାବାଦ ପକ୍ଷରୁ ରସିଦ ଖାନ ଓ ମହମ୍ମଦ ନବି ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ । ଭୁବନେଶ୍ୱର କୁମାର ଓ ଟି ନଟରାଜନ ମଧ୍ୟ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ ।