କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣ ନୂଆ ରେକର୍ଡ ଛୁଇଁଛି । ୫ ଲକ୍ଷ ପାର କରିଛି ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ ଆଜି ସକାଳ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୮ ହଜାର ୯୫୩ରେ ପହଂଚିଛି । ଏଥିସହ ମାତ୍ର ୬ ଦିନରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷରୁ ବଢି ୫ ଲକ୍ଷରେ ପହଂଚିଛି । ସେହିପରି ଗତ ୨୪ ଘଂଟା ଭିତରେ ସର୍ବାଧିକ ୧୮ ହଜାର ୫୫୨ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଗତ ୪ ଦିନରେ ପ୍ରଥମଥର କରୋନାରେ ମୃତ୍ୟୁ ସଂଖ୍ୟା ୪ଶହ ତଳକୁ ରହିଛି । ଗତ ୨୪ ଘଂଟାରେ ୩୮୪ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ସାରା ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫ ହଜାର ୬୮୫ରେ ପହଂଚିଛି । ବର୍ତମାନ ଦେଶରେ ୧ ଲକ୍ଷ ୯୭ ହଜାର ୩୮୭ ଆକ୍ଟିଭ ମାମଲା ରହିଥିବାବେଳେ ମୋଟ୍ ୨ ଲକ୍ଷ ୯୫ ହଜାର ୮୮୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଶୁକ୍ରବାର ମହାରାଷ୍ଟ୍ରରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ଗତ ୨୪ ଘଂଟାରେ ୫ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଦେଶରେ ବଢୁଛି କରୋନାର କାୟା । ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟା ମଧ୍ୟରେ କରୋନା ଭାଇରସ କାରଣରୁ ସର୍ବାଧିକ ୧୮ ହଜାର ୫୫୨ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୮ ହଜାର ୯୫୩କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁସାରେ, ଭାରତରେ କରୋନା ମହାମାରୀର ସଂକ୍ରମିତଙ୍କ ସଂଖ୍ୟା ମୋଟ ୫,୦୮,୯୫୩ ରେ ପହଂଚିଛି ଏବଂ ଯେବେକି ଏହି ଭାଇରସ କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୫ ହଜାର ୬୮୫ ଜଣ ଲୋକଙ୍କର କରୋନା ଜନିତ ମୃତ୍ୟୁ ହୋଇଛି ।
ଗତ ୨୪ ଘଂଟା ଭିତରେ କରୋନା କାରଣରୁ ସର୍ବାଧିକ ୧୮ ହଜାର ୫୫୨ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୩୮୪ ଜଣଙ୍କର ଜୀବନ ଯାଇଛି । ତେବେ ଆଶ୍ୱସ୍ତିକର କଥା ହେଉଛି କରୋନା ମହାମାରୀକୁ ମାତ୍ ଦେଇ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୯୫ ହଜାର ୮୮୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।