୨୨ ଦିନରେ ବ୍ରିଟେନରୁ ଓଡିଶା ଫେରିଛନ୍ତି ୧୮୧ ଜଣ : ଭୁବନେଶ୍ୱର ଓ ଜଗତସିଂହପୁରରୁ ୩ ଜଣ ଲେଖାଁଏ ପଜିଟିଭ

ଭୁଲ ଫୋନ ନମ୍ବର ଓ ଠିକଣା ଯୋଗୁ ୬୨ ଜଣଙ୍କ ପତା ମିଳିନଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା

394

କନକ ବ୍ୟୁରୋ : ବ୍ରିଟେନରୁ ଓଡିଶା ଫେରିଥିବା ଯାତ୍ରୀଙ୍କ ମଧ୍ୟରେ ୬ ଜଣ ପଜିଟିଭ । ଭୁବନେଶ୍ୱର ଓ ଜଗତସିଂହପୁରରୁ ୩ ଜଣ ଲେଖାଁଏ ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୨ ଦିନରେ ବ୍ରିଟେନରୁ ଓଡିଶା ଫେରିଛନ୍ତି ୧୮୧ ଜଣ । ନଭେମ୍ବର ୩୦ରୁ ଡିସେମ୍ବର ୨୧ ଯାଏଁ ୧୮୧ ଜଣ ଓଡିଶା ଫେରିଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର ସୂଚନା ଦେଇଛନ୍ତି । ୧୮୧ ଜଣଙ୍କ ମଧ୍ୟରୁ ୧୧୯ ଜଣଙ୍କ ପତା ମିଳିଛି । ହେଲେ ବାକି ୬୨ ଜଣ ଭୁଲ ଫୋନ ନମ୍ବର, ଠିକଣା ଦେଇଥିବାରୁ ଚିନ୍ତା ବଢିିଛି ।

ସାରା ବିଶ୍ୱରେ କରୋନା ଆକ୍ରାନ୍ତ ଟିକେ କମିବାର ସୂଚନା ମିଳୁଥିବା ବେଳେ ହଠାତ୍ ବ୍ରିଟେନରେ କରୋନାର ଏକ ନୂଆ ପ୍ର୍ର୍ରକାର ଭେଦ ଦେଖିବାକୁ ମିଳିଛି । ଯାହାକି ପୂର୍ବରୁ ଥିବା କରୋନା ଠାରୁ ବହୂୁତ କମ୍ ସୟମ ମଧ୍ୟରେ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପୁଥିବାର ବୈଜ୍ଞାନିକ ମାନେ ସୂଚନା ଦେଇଛନ୍ତି । ଏହାକୁ ନେଇ ବ୍ରିଟେନରେ ଲକଡାଉନ୍ ଜାରି କରାଯାଇଛି । ହେଲେ ବ୍ରିଟେନରୁ ପୂର୍ବ ୧୪ ଦିନ ମଧ୍ୟରେ ଅନେକ ନାଗରିକ ଭାରତ ଫେରିଥିବାରୁ ସେମାନଙ୍କୁ ଚିହ୍ନଟ କରି କୋଭିଡ୍ ଟେଷ୍ଟ କରାଇବାକୁ ବ୍ୟସ୍ଥ ହୋଇପଡିଛି ସ୍ୱାସ୍ଥ୍ୟ ବିଭାଗ ।