ଯୁଦ୍ଧର ଘନଘଟା ଭିତରେ ୟୁକ୍ରେନ ଛାଡିଲେଣି ୧୮ ହଜାର ଭାରତୀୟ । ବୈଦେଶିକ ମନ୍ତ୍ରାଳୟର ସୂଚନା ।

102

କନକ ବ୍ୟୁରୋ : ଯୁଦ୍ଧର ଘନଘଟା ଭିତରେ ୟୁକ୍ରେନ ଛାଡିଛନ୍ତି ୧୮ ହଜାର ଭାରତୀୟ । ବୈଦେଶିକ ମନ୍ତ୍ରାଳୟର ସୂଚନା ଅନୁଯାୟୀ, ଅପରେସନ ଗଙ୍ଗାରେ ୬ ହଜାର ୪ ଶହ ଭାରତୀୟ ନାଗରିକ ଉଦ୍ଧାର ହୋଇ ଭାରତ ପହଞ୍ଚିଛନ୍ତି । ବାକି ଲୋକମାନେ ଅନ୍ୟ ଦେଶରେ ଏବେ ରହିଥିବା ସୂଚନା ରହିଛି । ଆଜି ବାୟୁସେନାର ସ୍ୱତନ୍ତ୍ର ବିମାନ ଜରିଆରେ ୩୭୨୬ ଜଣ ଭାରତୀୟ ଭାରତ ଫେରିବେ ।

ଅପରେସନ ଗଙ୍ଗା ଜରିଆରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଏବଂ ବିଭିନ୍ନ ବିମାନ ଗୁଡିକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ବୁକାରେଷ୍ଟ ୮ ଟି, ସୁକିଏଭା ୨ ଟି, କୋସିସ ରୁ ଗୋଟିଏ, ବୁଡାପେଷ୍ଟ ରୁ ୫ ଟି ଓ ରେଜେସ ଜୋ ରୁ ୩ ବିମାନ ଜରିଆରେ ଭାରତୀୟଙ୍କୁ ନେଇ ବାୟୁସେନା ବିମାନ ଉଡାଣ ଭରିବ । ଏବେ ପର୍ଯ୍ୟନ୍ତ ୬ ହଜାର ୪ ଶହରୁ ଅଧିକ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିବା ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚି ସୂଚନା ଦେଇଛନ୍ତି ।