କନକ ବ୍ୟୁରୋ: ଦେଶରେ ବେକାରୀ ସମସ୍ୟା କେଉଁ ସ୍ତରରେ ଅଛି ତାହା ଆଜି ପ୍ରମାଣିତ ହେଇଯାଇଛି । କାହିଁକି ନା, ଗୁଜରାଟର ଭରୁଚ ଜିଲ୍ଲାରେ ମାତ୍ର କେଇଟା ପଦ ପାଇଁ ଲାଗିଛି ହଜାର ହଜାର ଆଶାୟୀଙ୍କ ଭିଡ଼ । ଏକ ବେସରକାରୀ ସଂସ୍ଥା ପାଇଁ ଚାଲିଥିଲା ନିଯୁକ୍ତି ପ୍ରକ୍ରିୟା । ପଦବୀ ଥିଲା ମାତ୍ର ୧୦, ହେଲେ ଆଶାୟୀ ଆସିଥିଲେ ପ୍ରାୟ ୧୮୦୦ । ଆଉ ଏତେ ସଂଖ୍ୟକ ଆଶାୟୀଙ୍କ ପାଇଁ ନିଯୁକ୍ତି ସ୍ଥଳରେ ଲାଗିଥିଲା ଅସମ୍ଭାଳ ଭିଡ଼ । ସ୍ଥିତି ଏମିତି ହେଲା ଯେ, ରେଲିଂ ଭାଙ୍ଗି ତଳେ ପଡିଯାଇଥଲେ ଆଶାୟୀ
- ଆରବିଆଇ ରିପୋର୍ଟ, ସରକାରଙ୍କ ଦାବି
- ଦେଶରେ ୨ ଗୁଣା ବଢିଛି ନିଯୁକ୍ତି ହାର
- ୨୦୨୩-୨୪ରେ ୪.୭ କୋଟି ନିଯୁକ୍ତି ସୃଷ୍ଟି ହୋଇଛି
- ନିଯୁକ୍ତି ହାରରେ ୬ ପ୍ରତିଶତ ବୃଦ୍ଧି ଘଟିଛି
ଗୋଟେ ପଟେ ଆରବିଆଇ ରିପୋର୍ଟ ଓ ସରକାରଙ୍କ ବେକାରୀ ସମସ୍ୟାକୁ ନେଇ ଭିନ୍ନ ଦାବି କରୁଥିବାବେଳେ ଗୁଜରାଟ ଭରୁଚର ଖବର କିନ୍ତୁ ଓଲଟା । ଆଉ ମୌକାକୁ ହାତଛଡା ନକରି କେନ୍ଦ୍ର ସରକାରଙ୍କୁ ଘେରିଛି କଂଗ୍ରେସ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବିଜେପିକୁ ଟାର୍ଗେଟ୍ କରି କହିଛନ୍ତି । ‘ବେକାରୀ ସମସ୍ୟା ଦେଶରେ ମହାମାରୀ ଭଳି ବ୍ୟାପିଲାଣି’ । ମୋଦୀଙ୍କ ଅମୃତକାଳ ଅଭିଯାନର ସତ ପଦାରେ ପଡିଛି ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ରାହୁଲ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/07/7v9e0g78_railingcollapses_640x480_11_July_24.webp)