କନକ ବ୍ୟୁରୋ: ଆଜି ଏକ ଦମଦାର ମ୍ୟାଚରେ ଭେଟାଭେଟି ହେଇଛନ୍ତି ବାଙ୍ଗାଲୋର-ପଞ୍ଜାବ । ପ୍ରଥମ ଇଂନିସରେ ଅଧିନାୟକ କେଏଲ୍ ରାହୁଲଙ୍କ ଧୂଆଁଧାର ବ୍ୟାଟିଂ ବଳରେ ପଞ୍ଜାବ ୧୭୯ ରନ୍ କରିପାରିଛି । ଫଳରେ ବିଜୟ ପାଇଁ ବାଙ୍ଗାଲୋରକୁ ଦ୍ୱିତୀୟ ଇଂନିସରେ ୧୮୦ ରନ୍ ଲକ୍ଷ୍ୟ ରହିଛି ।
କେଏଲ୍ ରାହୁଲଙ୍କ ଧୂଆଁଧାର ବ୍ୟାଟିଂ । ପ୍ରଥମ ଇଂନିସରେ ପଞ୍ଜାବର ସ୍କୋର ୧୭୯ । ବାଙ୍ଗାଲୋରକୁ ବିଜୟ ଲକ୍ଷ୍ୟ ୧୮୦ । #IPL2021#PBKSvRCBpic.twitter.com/zZDHGbJsqE
— Kanak News (@kanak_news) April 30, 2021
ଆଜି ଟସ୍ ଜିତି ବାଙ୍ଗାଲୋର ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଯାହାପରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ପଞ୍ଜାବ । ରାହୁଲ ଓ ଗେଲଙ୍କ ପ୍ରହାରରେ ପଞ୍ଜାବ ଆଗକୁ ବଢିଥିଲା । ହେଲେ ଏହାକୁ ଦଳକୁ ଲଗାତାର ତିନିଟି ଝଟକା ଲାଗିଥିଲା । ପୁରନ୍, ହୁଡା ଓ ଶାହାରୁଖ ଖାନ ମାତ୍ର ୧୧ ରନ୍ ଭିତରେ ପ୍ୟାଭିଲିୟନ ଫେରିଥିଲେ । ହେଲେ ଅଧିନାୟକ ରାହୁଲ ଶେଷ ପର୍ଯ୍ୟନ୍ତ ଲଢେଇ ଜାରି ରଖିବା ସହିତ ୯୧ ରନର ଦମଦାର ଇଂନିସ ଖେଳିଥିଲେ । ଦଳ ୨୦ ଓଭର ଶେଷ ବେଳକୁ ୧୭୯ ରନ୍ କରିପାରିଥିଲା । ଏଥିସହ ବାଙ୍ଗାଲୋରକୁ ବିଜୟ ଲକ୍ଷ୍ୟ ୧୮୦ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/04/kl-rahul.jpg)