କନକ ବ୍ୟୁରୋ: ଜମି ଫେରି ପାଇବାକୁ ୧୮ ବର୍ଷର ଲଢେଇ । ହେଲେ ଏଯାଏଁ ମିଳୁନି ନ୍ୟାୟ । ବିଭିନ୍ନ ସ୍ଥାନରେ ଅଭିଯୋଗ କରିବା ପରେ ଏବେ ଜୀବନ ହାରିବାକୁ ଧମକ ଦେଇଛନ୍ତି ବୃଦ୍ଧ ଦମ୍ପତି । କମ୍ପାନୀ କରିଛି ଚଞ୍ଚକତା । ୪୪ସେଣ୍ଟ ଜମି ବଦଳରେ ଟଙ୍କା ଦେଇ ହଡପ କରିନେଇଛି ତାଠୁ ଅଧିକ ଜମି । ଆଉ ନିଜ ଜମି ଫେରାଇ ଦେବାକୁ ଲଢି ଚାଲିଛନ୍ତି ରାୟଗଡାର ଦମ୍ପତି ଫିଲିପ୍ସ ବେହେରା ଓ ତାଙ୍କ ପତ୍ନି ବାସନ୍ତି ବେହେରା । ତାଙ୍କର ୧୬ ସେଣ୍ଟ ହଡପ କରି ନେଇଛି କମ୍ପାନୀ କର୍ତୁପକ୍ଷ । ଏନେଇ ତହସିଲଦାର ଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ଓ ପୋଲିସ ନିକଟରେ ଅଭିଯୋଗ କଲାପରେ ବି କୌଣସି ନ୍ୟାୟ ମିଳିପାରିଲା ନାହିଁ । କମ୍ପାନୀକୁ କହିଲେ ପୁଲିସ ଲଗାଇ ଧମକ ଦିଆଯାଉଛି । ହାଇକୋର୍ଟଙ୍କ ପକ୍ଷରୁ ଜମି ହଡପ କରାଯାଇଥିବା ସ୍ପଷ୍ଟ ବି ହୋଇଥିଲା । ଏମିତିକି ତାଙ୍କୁ କମ୍ପାନୀ ଅଲଗା ସ୍ଥାନରେ ଜମି ଦେବାକୁ ରାଜି ହାଇ ଚୁପ୍ ବସିଛି ଶେଷରେ ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି ବୃଦ୍ଧ ଦମ୍ପତି ।

Advertisment

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସି କାନ୍ଦି କାନ୍ଦି ନ୍ୟାୟ ଭିକ୍ଷା କରୁଛନ୍ତି । କାଶୀପୁରେରେ ଉକ୍ରଳ ଆଲୁମିନା କମ୍ପାନୀ ଏମାନଙ୍କଠୁ ଜମି ନେଇ ଟଙ୍କା ଦେଇଥିଲା । ହେଲେ ଚୁକ୍ତି ଠାରୁ ଅଧିକ ଜମି ହଡପ କରି ନେଇ ଗେଟ କରିଛି କମ୍ପାନୀ । ସେ ବାବଦକୁ କ୍ଷତିପୂରଣ ମଧ୍ୟ ଦେଉନି । ଯାହାକୁ ବିରୋଧ କରିବା ସହ ଏହି ବୃଦ୍ଧ ଦମ୍ପତିଙ୍କ ଲଢେଇ ସରୁନି । ବୟସର ଅପରାହ୍ନରେ ପହଞ୍ଚିଥିବା ଏହି ଦମ୍ପତି ଆଉ ଲଢିବାକୁ ସକ୍ଷମ ନୁହନ୍ତି । ଏନେଇ ନ୍ୟାୟ ନପାଇଲେ ଆତ୍ମାହୂତି ଦେବାକୁ ଧମକ ଦେଇଛନ୍ତି ।