ପରିବାରର କଠୋର ନିୟମରେ ଅତିଷ୍ଠ ହୋଇ ସାଉଦି ଆରବରୁ ପଳାୟନ କଲେ ଯୁବତୀ : କହିଲେ, “ନିଜ ଦେଶକୁ ଫେରିବାକୁ ଚାହୁଁନି, ଫେରିଲେ ମାରିଦେବେ”

366

ବ୍ୟାଙ୍କକ୍ ବିମାନ ବନ୍ଦରରେ ୧୮ବର୍ଷୀୟା ସାଉଦି ଆରବର ଯୁବତୀ ଧରାପଡିଲା । ରହାଫ ମୋହମ୍ମଦ ଏମ୍ ଅଲକୁନୁନ୍ ନାମ୍ନୀ ଯୁବତୀଙ୍କ କହିବାନୁସାରେ, ସେ ତାଙ୍କ ଦେଶକୁ ଫେରିବାକୁ ଚାହାଁନ୍ତିନି ଓ ସେ ଫେରିଲେ ତାଙ୍କୁ ମାରିଦିଆଯାଇପାରେ । ଧନୀକ ପରିବାରରୁ ଆସୁଥିବା ରହାଫଙ୍କ ପିତା ଜଣେ ବିଜନେସମ୍ୟାନ । ଯୁବତୀ କୁହନ୍ତି କି, ସେ ନାସ୍ତିକ ଓ ତାଙ୍କ ପରିବାରର କଠୋର ନିୟମ ଠାରୁ ବଂଚିବା ପାଇଁ ତାଙ୍କ ପାଖରେ ଏହି ଗୋଟିଏ ହିଁ ରାସ୍ତା ଥିଲା ।

ରହାଫ ଟ୍ୱିଟ୍ କରିଛନ୍ତି କି, “ମୁଁ ଏକୁଟିଆ ରହିପାରିବି, ସ୍ୱତନ୍ତ୍ର ଓ ସେହି ସମସ୍ତ ଲୋକଙ୍କ ଠାରୁ ଦୂର ଯେଉଁମାନେ ମୋର ଗାରିମା ଓ ମୋର ମହିଳା ହେବାର ସମ୍ମାନ କରନ୍ତିନି । ମୋ ସହିତ ପରିବାର ଲୋକ ହିଂସ୍ର ବ୍ୟବହାର କରିଥିଲେ ଏବଂ ମୋ ପାଖରେ ଏହାର ପର୍ଯ୍ୟାପ୍ତ ପ୍ରମାଣ ଅଛି ।” ରହାଫ ଏହି ଟ୍ୱିଟ କରି ଲୋକଙ୍କୁ ସାହାଯ୍ୟ ମାଗିଛନ୍ତି । ସଂଯୁକ୍ତ ରାଷ୍ଟ୍ରକୁ ବି ରହାଫ ନିଜ ପାଇଁ ଶରଣ ଦାବି କରିଛନ୍ତି ।

ଘରୁ ପଳାୟନ କରିବା ବିଷୟରେ ସେ କହିଲେ କି, “ମୁଁ କୁଏତରୁ କାରରେ ଏକ ଫ୍ୟାମିଲି ହଲିଡେ ପାଇଁ ଆସିଥିଲି । ସକାଳ ୪ଟା ହୋଇଥିଲା ଓ ପରିବାରର ସମସ୍ତ ଲୋକ ଶୋଇଥିଲେ । ମୁଁ ସୁଯୋଗ ଦେଖି ବନ୍ଦୀ ଜୀବନରୁ ମୁକ୍ତି ପାଇବା ପାଇଁ ପଳାୟନ କଲି ।” ସେ କୁହନ୍ତିି କି, ଥରେ ସେ ଚୁଟି କାଟିଦେଇଥିଲେ, ଯାହାପରେ ତାଙ୍କୁ ୬ ମାସ ପର୍ଯ୍ୟନ୍ତ ଘରେ ବନ୍ଦ କରି ପରିବାର ଲୋକ ରଖିଥିଲେ । ତାଙ୍କ ଫ୍ୟାମିଲି ବହୁତ କଠୋର ଓ ସେ ସେହି ଜୀବନରୁ ମୁକ୍ତି ପାଇବା ପାଇଁ ଚାହାଁନ୍ତି । ସେ ଆହୁରି କହିଛନ୍ତି କି, ସେ ଯେତେବେଳେ ୧୬ ବର୍ଷର ଥିଲେ, ସେବେଠାରୁ ଇସଲାମ ଧର୍ମ ଛାଡି ଦେଇଛନ୍ତି । ତାଙ୍କ ଘର ଲୋକ ଜାଣିଲେ ତାଙ୍କୁ ମାରିଦେବେ ।