ପ୍ରେମଦିବସରେ ସରପ୍ରାଇଜ୍ ଦେଇଦେଲେ ୧୪ ଜଣ ପ୍ରେମିକା ! ୧୪ ଜଣ ପ୍ରେମିକାଙ୍କୁ ଏକାସଙ୍ଗେ ଦେଖି କୋମାରେ ଚାଲିଗଲା ପ୍ରେମିକ ।

ପ୍ରେମଦିବସରେ ସରପ୍ରାଇଜ୍ ଦେଇଦେଲେ ୧୪ ଜଣ ପ୍ରେମିକା ! ୧୪ ଜଣ ପ୍ରେମିକାଙ୍କୁ ଏକାସଙ୍ଗେ ଦେଖି କୋମାରେ ଚାଲିଗଲା ପ୍ରେମିକ ।

ଆଜିକାଲିର ସମୟରେ ପ୍ରେମର ଅର୍ଥ ହିଁ ପରିବର୍ତ୍ତନ ହୋଇଗଲାଣି । ଗୋଟିଏ ସଂପର୍କରେ ଥାଇ ମଧ୍ୟ ଲୋକ ଅଧିକ ସଂପର୍କ ଗଢିବାକୁ ଚେଷ୍ଟା କରନ୍ତି । ଏହିଭଳି ଏକ ଘଟଣା ଘଟିଛି ଜଣେ ୧୮ ବର୍ଷର ପ୍ରେମିକ ରାକିବ୍ ସାଙ୍ଗରେ । କଥାକଥିତ ପ୍ଲେ ବଏ ବୋଲି ଶବ୍ଦ ତ ଆପଣ ଶୁଣିଥିବେ । ଏହି ରସିକ ପ୍ରେମିକ ଜଣକ ଏକ ସଙ୍ଗେ ୧୪ ଜଣ ଝିଅଙ୍କ ସହ ପ୍ରେମ ସମ୍ବନ୍ଧରେ ଥିଲେ । କିନ୍ତୁ କଥା ସେତେବେଳେ ଧରାପଡିଥିଲା ଯେତେବେଳେ ପ୍ରେମ ଦିବସ ଅବସରରେ ଯୁବକର ୧୪ ଜଣ ଗାର୍ଲଫ୍ରେଣ୍ଡ ରାକିବ୍ କୁ ଦେଖା କରିବାକୁ ତା ଘରେ ପହଚିଂଥିଲେ । ରାକିବକୁ ସକାଳୁ ସକାଳୁ ସରପ୍ରାଇଜ୍ ଦେବା ପାଇଁ ସବୁ ଗାର୍ଲଫ୍ରେଣ୍ଡ ଘରେ ପହଚିଂଥିଲେ । ସବୁ ଯୁବତୀ ସତ କଥା ଜାଣିବା ପରେ ରାକିବ୍ ଉଠିବାକୁ ଅପେକ୍ଷା କରିଥିଲେ । ଯୁବକ ଜଣକ ଆଖି ଖୋଲିବା ପରେ ୧୪ ଜଣ ଗାର୍ଲଫ୍ରେଣ୍ଡ ଏକାସଙ୍ଗେ ଦେଖି କୋମାରେ ପଳାଇଥିଲେ ।

publive-image

ଯୁବକ ଜଣକ ସବୁ ଗାର୍ଲଫ୍ରେଣ୍ଡଙ୍କ ନାଁ ବାର୍ବିଗାର୍ଲ ୧,୨,୩,୪,୫ .... ରେ ସେଭ୍ କରିଥିଲେ । ଯୁବକଙ୍କ ବିଷୟରେ ଜଣେ ପ୍ରେମିକାଙ୍କୁ ପ୍ରଥମେ ସନ୍ଦେହ ହେବା ପରେ ସେ ରାକିବ୍ ଫୋନ୍ ଚେକ୍ କରି ସତ୍ୟତା ଜାଣିଥିଲେ ଏବଂ ସବୁ ଗାର୍ଲଫ୍ରେଣ୍ଡଙ୍କୁ ରାକିବ୍ ଙ୍କ ଘରକୁ ଡକାଇଥିଲେ । ପ୍ରେମଦିବସରେ ତାଙ୍କୁ ଏଭଳି ଏକ ବଡ ସରପ୍ରାଇଜ୍ ଦେବା ପାଇଁ ସବୁ ପ୍ଲାନ୍ କରିଥିଲେ । କିନ୍ତୁ ରାକିବ୍ ଙ୍କ କୋମାରେ ଯିବା ଅନ୍ୟମାନଙ୍କୁ ଖୁବ୍ ଦୁଃଖ ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe