କନକ ବ୍ୟୁରୋ: ୧୮ ଓ ୧୯ ରେ ହେବ ପ୍ରବଳ ବର୍ଷା । ୧୬ ରେ ଏହା ବାତ୍ୟାରେ ପରିଣତ ହେବ। ୧୮ ଓ ୧୯ ରେ ଏହା ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ। ୧୮ ରେ ଉପକୂଳ ଓଡ଼ିଶାରେ ବର୍ଷା ହେବ। ୧୯ ରେ ହୋଇପାରେ ପ୍ରବଳରୁ ଅତି ପ୍ରବଳ ବର୍ଷା । ତେବେ ଦକ୍ଷିଣ ପୂର୍ବ- ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ଲାଗି ସୃଷ୍ଟି ହୋଇଥିବା ଲଘୁଚାପ କ୍ରମେ ଘନୀଭୁତ ହେଉଛି । ଏହି ଲଘୁଚାପ ବଳୟ ଘନୀଭୂତ ହୋଇ ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତି ଅଂଚଳରେ ୱେଲମାର୍କ-ଲୋ-ପ୍ରେସର ରୁପ ନେଇଛି । ଆସନ୍ତାକାଲି ସୁଦ୍ଧା ଏହା ଅବପାତର ରୁପ ନେଇପାରେ ।
ପରବର୍ତି ସମୟରେ ଏହି ଅବପାତ ଆହୁରି ଘନୀଭୁତ ହୋଇ ମଇ ୧୬ ତାରିଖ ସଂଧ୍ୟା ବେଳକୁ ସାମୁଦ୍ରିକ ଝଡର ରୁପ ନେବା ସମ୍ଭାବନା ରହିଛି । ଏହି ସାମୁଦ୍ରିକ ଝଡ ପ୍ରଥମେ ୧୭ ତାରିଖ ଯାଏଁ ଉତର-ପଶ୍ଚିମ ଦିଗରେ କରିବ । ଏହାପରେ ଏହି ସାମଦ୍ରିକ ଝଡ ନିଜର ଦିଗ ପରିବର୍ତନ କରି ମେ ୧୮ ଓ ୧୯ ତାରିଖ ଯାଏଁ ଉତର-ଉତର-ପୂର୍ବ ଦିଗରେ ଉତର ବଙ୍ଗୋପ ସାଗରରେ ଗତି କରିବ । ଉତର-ଉତର-ପୂର୍ବ ଦିଗରେ ସାମୁଦ୍ରିକ ଝଡ ଗତି କଲେ ଏହା ପଶ୍ଚିମବଙ୍ଗ ଆଡକୁ ମୁହାଁହେବ । ହେଲେ ଯଦି ସାମଦ୍ରିକ ଝଡ ପୁଣି ଗତି ପରିବର୍ତନ କରି ଉତର-ଉତର-ପଶ୍ଚିମ ଦିଗକୁ ମୁହାଏ ତେବେ ଓଡିଶା ଆଡକୁ ମୁହାଁଇବାର ଆଶଙ୍କା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/30-4.jpg)