କନକ ବ୍ୟୁରୋ : ଛୁଆ ଜନ୍ମ ହେଉ ହେଉ ମୁଣ୍ଡ ଉପରେ ୧୮ ହଜାର ଋଣ । କାରଣ ରାଜ୍ୟର ମୁଣ୍ଡପିଛା ଋଣ ଭାର ବଢି ୧୮ ୪୯୭ ଟଙ୍କାରେ ପହଞ୍ଚିଛି । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ବିଜେଡି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରରେ ଏଭଳି ତଥ୍ୟ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ । ଯାହା ଦର୍ଶାଉଛି, ଓଡ଼ିଶାରେ ୧୮ ହଜାର ଟଙ୍କାର ଋଣବୋଝ ସହ ଜନ୍ମ ନେଉଛନ୍ତି ନବଜାତକ ।
ଏହାବାଦ୍ ରାଜ୍ୟରେ ଚଳିତ ଆର୍ଥିକ ବର୍ଷ ଡିସେମ୍ବର ୨୦୧୯ ସୁଦ୍ଧା ଋଣ ଭାର ହେଉଛି ୮୪,୬୭୬.୩୫ କୋଟି । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହାର ପରିମାଣ ୧୦୬୫୨୬.୮୬ କୋଟି ହେବ ବୋଲି ବଜେଟରେ ଆକଳନ କରାଯାଇଛି । ଡିସେମ୍ବର ୨୦୧୯ ସୁଦ୍ଧା ରାଜ୍ୟ ସରକାରଙ୍କ ମୁଣ୍ଡପିଛା ଋଣଭାର ହେଉଛି ୧୮୪୯୭.୫୮ ଟଙ୍କା ଅଛି ବୋଲି ସ୍ପଷ୍ଟ କରିଛନ୍ତି ଅର୍ଥମନ୍ତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/BORN.jpg)