କନକ ବ୍ୟୁରୋ : ପ୍ରକାଶ ପାଇଛି ଜେଇଇ ମେନ୍ ରେଜଲ୍ଟ । ଏହି ଇଂଜିନିୟରିଂ ପ୍ରବେଶିକା ପରୀକ୍ଷାରେ ୪୪ ପରୀକ୍ଷାର୍ଥୀ ୧୦୦ ପ୍ରତିଶତ ସ୍କୋର କରିଥିବା ବେଳେ ୧୮ ଜଣ ଶୀର୍ଷ ରାଙ୍କ ମଧ୍ୟରେ ରହିିଛନ୍ତି । ମଧ୍ୟରାତ୍ରୀରେ ଶିକ୍ଷା ମନ୍ତ୍ରାଳୟ ରେଜଲ୍ଟ ପ୍ରକାଶ ପାଇଥିବା ନେଇ ସୂଚନା ଦେଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
କର୍ଣ୍ଣାଟକର ଗୌରବ ଦାସ ପ୍ରଥମ ସ୍ଥାନ ଅଧିକାର ରହିଥିବା ବେଳେ ଦ୍ୱିତୀୟରେ ବିହାରର ବୈଭବ ବିଶାଳ, ତୃତୀୟରେ ଆନ୍ଧ୍ରପ୍ରଦେଶର ଡୁଗିନେନି ଭେଙ୍କଟା ପନେଶ ରହିଛନ୍ତି । ଚଳିତ ବର୍ଷ ଜେଇଇ-ମେନ ପ୍ରବେଶିକା ପରୀକ୍ଷା ଚାରି ଥର ହୋଇଥିଲା । ନ୍ୟାସନାଲ ଟେଷ୍ଟି ଏଜେନ୍ସି ଅଧୀନରେ ହୋଇଥିବା ଏହି ପରୀକ୍ଷା ଅଗଷ୍ଟ ୨୬ରୁ ସେପ୍ଟେମ୍ବର ୨ ମଧ୍ୟରେ ହୋଇଥିଲା । ଇଂରାଜୀ, ହିନ୍ଦୀ, ଓଡିଆ ସମେତ ମୋଟ୍ ୧୩ଟି ଭାଷାରେ ଏହି ପ୍ରବେଶିକା ପରୀକ୍ଷା ହୋଇଥିଲା ।