ଭୋଟ୍ ଦେଉଛି ଓଡିଶା। ଦିନ ୧୧ଟା ସୁଦ୍ଧା ରାଜ୍ୟରେ ୧୮ % ମତଦାନ। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା

67

କନକ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜାରି ରହିଥିବା ବେଳେ ଦିନ ୧୧ଟା ସୁଦ୍ଧା ରାଜ୍ୟରେ ୧୮ ପ୍ରତିଶତ ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ସମ୍ବଲପୁରରେ ୨୦ ପ୍ରତିଶତ ମତଦାନ ହୋଇଥିବା ବେଳେ ପୁରୀରେ ୧୮ ପ୍ରତିଶତ, କଟକରେ ୧୫ ପ୍ରତିଶତ, ଢେଙ୍କାନାଳରେ ୧୭ପ୍ରତିଶତ ଏବଂ ଭୁବନେଶ୍ୱରରେ ୧୦ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି ।

ସେହିଭଳି ଭୁବନେଶ୍ୱର ଉତରରେ ୭.୫୨ ପ୍ରତିଶତ ମତଦାନ ହୋଇଥିବା ବେଳେ ଏକାମ୍ର ଆସନରେ ୮.୩୩ ପ୍ରତିଶତ ମତଦାନ ହୋଇଛନ୍ତି । ସେହିଭଳି ଜଟଣୀରେ ୭.୧୪ ପ୍ରତିଶତ, ବେଗୁନିଆରେ ୧୧.୯୩ ପ୍ରତିଶତ, ଖୋର୍ଧାରେ ୮.୬୯ ପ୍ରତିଶତ, ଜୟଦେବରେ ୭.୭୧ ପ୍ରତିଶତ, ଭୁବନେଶ୍ୱର ମଧ୍ୟରେ ୯.୮୭ ପ୍ରତିଶତ ଦିନ ୧୧ଟା ସୁଦ୍ଧା ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି ।

 

 

ତୃତୀୟ ପର୍ଯ୍ୟାୟ ପାଇଁ ରାଜ୍ୟରେ ଜାରୀ ରହିଛି ମତଦାନ । ୬ଟି ଲୋକସଭା ସମେତ ୪୨ଟି ବିଧାନସଭା ଆସନ ପାଇଁ ମତଦାନ ହେଉଛି । । ପୁରୀ ସମ୍ବଲପୁର, ଭୁବନେଶ୍ୱର, କଟକ, କେନ୍ଦୁଝର, ଓ ଢେଙ୍କାନାଳର ମୋଟ ୪୨୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିଦ୍ଧାରଣ କରୁଛନ୍ତି ଭୋଟର । ରାଜ୍ୟର ମୋଟ ୯୨ଲକ୍ଷ ୫୬ ହଜାର ୯୨୨ଜଣ ଭୋଟର ଏହି ପର୍ଯ୍ୟାୟରେ ଭୋଟ ଦେଉଛନ୍ତି ।