୨୦ ଫୁଟ ତଳକୁ ଖସିଲା ପିକଅପ ଭ୍ୟାନ୍: ଚାଲିଗଲା ୧୮ ଜଣଙ୍କ ଜୀବନ

559

କନକ ବ୍ୟୁରୋ: ଛତିଶଗଡରେ ମର୍ମନ୍ତୁଦ ଦୁର୍ଘଟଣା । ଶ୍ରମିକଙ୍କୁ ନେଇ ଯାଇଥିବା ପିକ୍ ଅପ୍ ଭ୍ୟାନ୍ କୱର୍ଦ୍ଧା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଛି । ଗାଡିଟି ରାସ୍ତାରୁ ପ୍ରାୟ ୨୦ ଫୁଟ ତଳକୁ ଖସି ପଡିଛି । ଏହି ଦୁର୍ଘଟଣାରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଗୁରୁତର ହୋଇଛନ୍ତି । ଗାଡ଼ିରେ ୨୫ରୁ ୩୦ ଜଣ ଶ୍ରମିକ ଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଗାଡିଟି ଦ୍ରୁତ ଗତିରେ ଯାଉଥିଲା । ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଏଭଳି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।