ପାନେ ପାଇଲେ ବ୍ରାଉନସୁଗାର ବେପାରି : ଖୁଣ୍ଟରେ ବାନ୍ଧି ପୋଲିସର ଜିମା ଦେଲେ ଗ୍ରାମବାସୀ; ୧୮ଟି ବ୍ରାଉନସୁଗାର ପ୍ୟାକେଟ୍ ଜବତ

92

କନକ ବ୍ୟୁରୋ : ବ୍ରାଉନସୁଗାର ବେପାରିଙ୍କୁ ଖୁଣ୍ଟରେ ବାନ୍ଧିଲେ ଲୋକେ । ବାଲେଶ୍ୱର ଭୋଗରାଇ ଥାନା ଉଦୟପୁର ଅଞ୍ଚଳରୁ ଦୁଇ ଜଣ ଧଳା ଜହର ବେପାରୀଙ୍କୁ କାବୁ କରି ପୋଲିସର ଜିମା ଦେଇଛନ୍ତି ଗ୍ରାମବାସୀ । ସେମାନଙ୍କ ଠାରୁ ୫ଲକ୍ଷ ଟଙ୍କାର ଧଳା ଜହର ଜବତ କରାଯାଇଛି ।

ସୂଚନାଅନୁସାରେ, ପଶ୍ଚିମବଙ୍ଗ ଦୀଘା ଥାନା ବିଲାମୁଣ୍ଡା ଗାଁର ଦେବୁ ସିଟ, ଦିପୁ ସିଟ ନାମକ ଦୁଇ ଜଣ ଯୁବକ ଏକ ଟାଟା ମ୍ୟାଜିକ ଗାଡ଼ିରେ ଆସି ଉଦୟପୁରରେ ଧଳା ଜହର ବିକ୍ରି କରୁଥିଲେ । ସ୍ଥାନୀୟ ଲୋକେ ୨ଜଣ ଯୁବକଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ । ସେମାନଙ୍କ ଠାରୁ ୧୮ଟି ବ୍ରାଉନସୁଗାର ପ୍ୟାକେଟ୍ ମିଳିଛି । ଏହାସହ ଏକ କାର ଜବତ କରିଛି ପୋଲିସ ।