କନକ ବ୍ୟୁରୋ : ବ୍ରାଉନସୁଗାର ବେପାରିଙ୍କୁ ଖୁଣ୍ଟରେ ବାନ୍ଧିଲେ ଲୋକେ । ବାଲେଶ୍ୱର ଭୋଗରାଇ ଥାନା ଉଦୟପୁର ଅଞ୍ଚଳରୁ ଦୁଇ ଜଣ ଧଳା ଜହର ବେପାରୀଙ୍କୁ କାବୁ କରି ପୋଲିସର ଜିମା ଦେଇଛନ୍ତି ଗ୍ରାମବାସୀ । ସେମାନଙ୍କ ଠାରୁ ୫ଲକ୍ଷ ଟଙ୍କାର ଧଳା ଜହର ଜବତ କରାଯାଇଛି ।
ସୂଚନାଅନୁସାରେ, ପଶ୍ଚିମବଙ୍ଗ ଦୀଘା ଥାନା ବିଲାମୁଣ୍ଡା ଗାଁର ଦେବୁ ସିଟ, ଦିପୁ ସିଟ ନାମକ ଦୁଇ ଜଣ ଯୁବକ ଏକ ଟାଟା ମ୍ୟାଜିକ ଗାଡ଼ିରେ ଆସି ଉଦୟପୁରରେ ଧଳା ଜହର ବିକ୍ରି କରୁଥିଲେ । ସ୍ଥାନୀୟ ଲୋକେ ୨ଜଣ ଯୁବକଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ । ସେମାନଙ୍କ ଠାରୁ ୧୮ଟି ବ୍ରାଉନସୁଗାର ପ୍ୟାକେଟ୍ ମିଳିଛି । ଏହାସହ ଏକ କାର ଜବତ କରିଛି ପୋଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/05/vlcsnap-2022-05-14-13h14m35s233.png)