ପୂର୍ବତଟ ରେଳବାଇ ପକ୍ଷରୁ ମାନବ ରହିତ ଲେବଲ କ୍ରସିଂ ବନ୍ଦ : ଢେଙ୍କାନାଳ–କାମାକ୍ଷାନଗର ରାସ୍ତାକୁ କରୁଥିଲା ସଂଯୋଗ

ପୂର୍ବତଟ ରେଳବାଇ ପକ୍ଷରୁ ମାନବ ରହିତ ଲେବଲ କ୍ରସିଂ ବନ୍ଦ : ଢେଙ୍କାନାଳ–କାମାକ୍ଷାନଗର ରାସ୍ତାକୁ କରୁଥିଲା ସଂଯୋଗ

ଭୁବନେଶ୍ବର : ଢେଙ୍କାନାଳ ଓ ସଦାଶିବପୁର ଷ୍ଟେସନ୍ ମଧ୍ୟରେ ରେଳଧାରଣା ଉପରେ ରୋଡ୍ ଓଭର ବ୍ରିଜକୁ କାର୍ଯ୍ୟକ୍ଷମ କରାଯାଇଛି। ଏଥିସହ ଏଠାରେ ଥିବା ମାନବ ରହିତ ଲେବଲ କ୍ରସିଂକୁ ପୂର୍ବତଟ ରେଳବାଇ ପକ୍ଷରୁ ବନ୍ଦ କରାଯାଇଛି। ଏହି ଲେବଲ କ୍ରସିଂଟି ଢେଙ୍କାନାଳ–କାମାକ୍ଷାନଗର ରାସ୍ତାକୁ ସଂଯୋଗ କରୁଥିଲା। ଉଭୟ ରେଳ ଓ ରାସ୍ତା ବ୍ୟବହାରକାରୀଙ୍କ ସୁବିଧା ସହିତ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇ ଏଠାରେ ଓଭରବ୍ରିଜ୍ ନିର୍ମାଣ ହୋଇଛି। ଉକ୍ତ ଲେବଲ କ୍ରସିଂକୁ ମିଶାଇ ଚଳିତ ଆର୍ଥିକ ବର୍ଷରେ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳରେ ମୋଟ ୧୮ଟି ମାନବ ରହିତ ଲେବଲ କ୍ରସିଂକୁ ବନ୍ଦ କରାଯାଇଛି। ଏହାପୂର୍ବରୁ ଭୁବନେଶ୍ୱର ଓ ମଞ୍ଚେଶ୍ୱର ଷ୍ଟେସନ୍ ମଧ୍ୟରେ ସହିଦନଗରକୁ ସଂଯୋଗ କରୁଥିବା ବମିଖାଲ ଲେବଲ କ୍ରସିଂ କାର୍ଯ୍ୟକ୍ଷମ ହେବା ଦ୍ୱାରା ଏଠାରେ ଥିବା ମାନବ ରହିତ ଲେବଲ୍ କ୍ରସିଂକୁ ମଧ୍ୟ ବନ୍ଦ କରାଯାଇଥିଲା।

ଚଳିତ ଆର୍ଥିକ ବର୍ଷରେ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳରେ ୧୮ଟି ମାନବ ରହିତ ଲେବଲ କ୍ରସିଂକୁ ବନ୍ଦ କରାଯାଇଛି। ସେଥିମଧ୍ୟରୁ ୬ଟି ସ୍ଥାନରେ ରୋଡ୍ ଓଭର ବ୍ରିଜ ନିର୍ମାଣ କରାଯାଇଥିବା ବେଳେ ୧୦ଟି ସ୍ଥାନରେ ରୋଡ୍ ଅଣ୍ଡର ବ୍ରିଜ୍ କିମ୍ବା ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ ଉପାମାର୍ଗର ବ୍ୟବସ୍ଥା ହୋଇଛି। ଗୋଟିଏରେ ଦିଗ ପରିବର୍ତ୍ତନ କରାଯାଇଛି। ଆଉ ଗୋଟିଏକୁ ଯାନବାହନ ଚଳାଚଳ ଅନୁପାତ ନିୟମ ମୁତାବିକ ନଥିବା ଯୋଗୁଁ ବନ୍ଦ କରାଯାଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe