କନକ ବ୍ୟୁରୋ : କଟକ ମହାନଦୀ ବିହାର ଅଞ୍ଚଳରେ ବଡ଼ ଧରଣର ଲୁଟ । ଜଣଙ୍କ ଘରେ ପଶି ୫ ଜଣ ଦୁର୍ବୃତ୍ତ ଆକ୍ରମଣ କରିବା ସହ ୧୮ ଲକ୍ଷ ୫୦ ହଜାର ଟଙ୍କା ଓ ସୁନାଗହଣା ଲୁଟ କରିଛନ୍ତି । ଦୁର୍ବୃତ୍ତଙ୍କ ହାତରେ ବନ୍ଧୁକ ଓ ଲୁହା ରଡ଼ ଥିଲା ବୋଲି ଘର ମାଲିକ କହିଛନ୍ତି । ଭୋର ସମୟରେ କବାଟ ଠକ୍ ଠକ୍ କରିବା ପରେ ଖୋଲିବାରୁ ଦୁର୍ବୃତ୍ତ ଘର ଭିତରେ ପଶିଥିଲେ । ବିରୋଧ କରିବାରୁ ରଡ଼ରେ ଘର ମାଲିକଙ୍କ ମୁଣ୍ଡକୁ ଆଘାତ କରିଥିଲେ । ପୋଲିସକୁ ଜଣାଇବା ପରେ ପୋଲିସ ଆସି ତଦନ୍ତ ଆରମ୍ଭ କରିଛି ।

Advertisment