ଭୁବନେଶ୍ୱରରେ କିଡନୀ ରାକେଟ ନେଇ ଆସିଲା ଅଧିକ ତଥ୍ୟ । କିଡନୀ ଦେବାକୁ କହି ୧୮ ଲକ୍ଷ ୫୩ ହଜାର ଟଙ୍କା ଠକିଥିବା ଆଉ ଜଣେ ଲୋକ ଆଣିଲେ ଅଭିଯୋଗ ।

113

କନକ ବ୍ୟୁରୋ : କିଡନୀ ଯୋଗାଇ ଦେବେ କହି ହସପିଟାଲରେ ବୁଲୁଛନ୍ତି ଠକ । କିଡନୀ ରାକେଟ ନେଇ ଆସିଲା ଅଧିକ ତଥ୍ୟ । ଅଭିଯୁକ୍ତ ହିମାଂଶୁ ଭୂଷଣ ନନ୍ଦ ନାଁରେ ବଢିଲା ଅଭିଯୋଗ ସଂଖ୍ୟା । ଆଉ ଜଣେ ଲୋକ ହିମାଂଶୁ ଭୂଷଣ ନନ୍ଦ ୧୮ ଲକ୍ଷ ୫୩ ହଜାର ଟଙ୍କାର ଠକେଇ ନେଇ ଅଭିଯୋଗ ଆଣିଛନ୍ତି ।

ଅକ୍ଟୋବର ୨୦୧୯ରୁ ଟଙ୍କା ନେଇଥିଲେ ଦୁବୃର୍ତ । କିଡନୀ ପ୍ରତିରୋପଣ କରିବ କହି ଟଙ୍କା ନେଇ ଫେରାର ହୋଇଯାଇଥିଲା ଠକ । ଗତକାଲି ନୟାପଲ୍ଲୀରେ ୫ ଳକ୍ଷ ୫୦ ହଜାର ଓ ଲକ୍ଷ୍ମୀସାଗର ଥ।।ନାରେ ୩ ଳକ୍ଷ ୧୯ ହଜାର ଟଙ୍କା ଠକେଇ ନେଇ ଅଭିଯୋଗ ହୋଇଥିଲା । କିଡ଼ନୀ ପ୍ରତିରୋପଣର ନକଲି କାଗଜ ଦେଖାଇ ଠକିଛନ୍ତି ଲକ୍ଷ ଲକ୍ଷ ଟଙ୍କା ।

ଲୋକଙ୍କୁ ଜାଲ କାଗଜପତ୍ର ଦେଇ କିଡନୀ ପ୍ରତିରୋପଣ ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକିନେଇଥିବା ଜଣେ ଠକକୁ କାଲି ଗିରଫ କରିଛି ପୋଲିସ । ୨ଜଣ ବ୍ୟକ୍ତିଙ୍କୁ କଥାରେ ଫୁଶୁଲାଇ ୯ଲକ୍ଷ ଟଙ୍କା ହଡପ କରିଛନ୍ତି । ବଡ ବଡ ହସ୍ପିଟାଲ ଏବଂ ବଡ ବଡ ଡାକ୍ତରଙ୍କ ନକଲି କାଗଡପତ୍ର ଦେଖାଇ ବିଶ୍ୱାସ ଜନ୍ମାଇବା ପରେ କିଡନି ପ୍ରତିରୋପଣର ମିଥ୍ୟା ଆଶ୍ୱାସନା ଦେଉଥିଲା ଠକ । ତେବେ କାଗଜପତ୍ର ଯାଂଚ କରୁ କରୁ ପଦାକୁ ଆସିଥିଲା ଏହି ଠକେଇ ପଛର ରହସ୍ୟ ।