ନଦୀକୁ ଖସିଲା ବରଯାତ୍ରୀ ବସ । ଚାଲିଗଲା ୨୪ ଜଣଙ୍କ ଜୀବନ ।

8,514

କନକ ବ୍ୟୁରୋ : ନଦୀକୁ ଖସିଲା ବରଯାତ୍ରୀ ବସ । ଚାଲିଗଲା ୨୪ ଜଣଙ୍କ ଜୀବନ । ଦୁର୍ଘଟଣାର ଏହା ଏମିତି ଏକ ଲୋମଟାଙ୍କୁରା କାହାଣୀ, ଯାହା ଆଉ କେବେ କେଉଁଠି ନଘଟୁ । ହସଖୁସିରେ ଘରୁ ବାହାରିଥିବା ବରଯାତ୍ରୀକୁ ମଝି ରାସ୍ତାରେ ଯେ, ମୃତ୍ୟୁ ଅପେକ୍ଷା କରିଥିଲା, ତାହା କେହି କେବେ ଭାବିନଥିଲେ ।

ଫେବୃଆରୀ ୨୬ ତାରିଖ, ବୁଧବାର । ସ୍ଥାନ- ରାଜସ୍ଥାନର ବୁନ୍ଦି ଜିଲ୍ଲା । ଆଜି ସକାଳୁ ଘଟିଥିଲା କିଛି ଏମିତି ଛାତିଥରା ସଡକ ଦୁର୍ଘଟଣା । ମେଜ୍ ନଦୀ ଭିତରକୁ ଖସି ପଡିଥିଲା ଏକ ବରଯାତ୍ରୀ ବସ୍ । ଏହି ଘଟଣାରେ ଏପର୍ଯ୍ୟନ୍ତ ୨୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ପାଖାପାଖି ୧୨ ଜଣ ଲୋକଙ୍କୁ ନଦୀ ଭିତରୁ ଉଦ୍ଧାର କରାଯାଇଛି ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ବିବାହ ପାଇଁ ଯାଉଥିବା ଏହି ବରଯାତ୍ରୀ ଗାଡିଟି ପୋଲ ଉପରେ ନିୟନ୍ତ୍ରଣ ହରାଇ ନଦୀକୁ ଖସିପଡିଥିଲା । ଖବର ପାଇବା ପରେ ସ୍ଥାନୀୟ ଲୋକ ଏବଂ ଏନଡିଆରଏଫ୍ ଟିମ୍ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଥିଲେ । ତେବେ ଏହି ଘଟଣାର ୨୪ ଜଣ ଲୋକଙ୍କ ଜୀବନ ଚାଲିଯାଇଛି ।