ଦିଲ୍ଲୀରେ ଭୟଙ୍କର ନିଆଁ: ୧୮ ଘଂଟା ହେଲା ଜଳୁଛି ମାଲବ୍ୟନଗରରେ ଥିବା ଏକ ରବର ଗୋଦାମ । ନିଆଁ ଲିଭା କାର୍ଯ୍ୟରେ ସାମିଲ ହେଲା ବାୟୁସେନାର ହେଲିକପ୍ଟର

36

କନକ ବ୍ୟୁରୋ: ଦିଲ୍ଲୀରେ ଭୟଙ୍କର ନିଆଁ । ମାଲବ୍ୟନଗରର ଏକ ଗୋଦାମରେ ୧୭ ଘଂଟା ଧରି ଲାଗିଥିବା ନିଆଁ ଅଣାୟତ ହୋଇଛି । ନିଆଁ ଏତେ ଭୟଙ୍କର ହୋଇଛି ଯେ, ନିୟନ୍ତ୍ରଣ ପାଇଁ ଦିଲ୍ଲୀ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ ହେଲିକପ୍ଟରର ସହାୟତାରେ ନେଇଛି । ବର୍ତମାନ ହେଲିକପ୍ଟର ସହାୟତାରେ ନିଆଁକୁ ଆୟତ କରିବା ପାଇଁ ଆକାଶ ମାର୍ଗରୁ ପ୍ରୟାସ ଜାରି ରହିଛି । ଭୟଙ୍କର ନିଆଁ ଯୋଗୁଁ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଆଖପାଖର କିଛି ଘରକୁ ଖାଲି କରାଯାଇଛି ।

ଗୋଦାମରେ ଗତକାଲି ନିଆଁ ଲାଗିଥିଲା । ପରେ ଦାବି କରାଯାଇଥିଲା ନିଆଁକୁ ଆୟତ କରାଯାଇଛିା କିନ୍ତୁ ପରେ ପବନ ଯୋଗୁଁ ନିଆଁ ଧିରେ ଧିରେ ଅଧିର ହୋଇ ଅନ୍ୟଆଡକୁ ବ୍ୟାପି ଭୟଙ୍କର ରୂପ ଧାରଣ କରିଥିଲା । ଗୋଦାମର ଗୋଟିଏ ପଟେ ସ୍କୁଲ ଥିବାବେଳେ ଅନ୍ୟପଟେ ଲୋକଙ୍କ ଘର ରହିଛି । ତେଣୁ କୌଣସି ଅଘଟଣକୁ ଏଡାଇବା ଲାଗି ଗୋଦାମକୁ ଲାଗିଥିବା ଘରଗୁଡିକୁ ଖାଲି କରିଦିଆଯାଇଛି ।

ବଡ ପ୍ରଶ୍ନ ଉଠୁଛି, ଜନବସତି ଅଂଚଳରେ ଏଭଳି ରବର ଗୋଦାମ ନିର୍ମାଣ ପାଇଁ ଅନୁମତି ଦେଲା କିଏ । ଏହି ଗୋଦାମ ବେଆଇନ ଭାବେ ତିଆରି ହୋଇଥିବା ସ୍ପଷ୍ଟ ହୋଇଛି । ଗୋଦାମରେ ଥିବା କେମିକାଲ ଓ ରବର ଡ୍ରମ ଯୋଗୁଁ ନିଆଁ ବ୍ୟାପୁଥିବା କୁହାଯାଉଛି ।