ଗଞ୍ଜାମ ଜିଲ୍ଲା ପୁଡାମାରୀ ଅଂଚଳରୁ ୧୮ ଫୁଟ ଲମ୍ବର ଏକ ଅହିରାଜ ସାପ ଉଦ୍ଧାର

Advertisment
ଗଞ୍ଜାମ ଜିଲ୍ଲା ପୁଡାମାରୀ ଅଂଚଳରୁ ୧୮ ଫୁଟ ଲମ୍ବର ଏକ ଅହିରାଜ ସାପ ଉଦ୍ଧାର

କନକ ବ୍ୟୁରୋ : ଧରାପଡିଲା ୧୮ ଫୁଟର ଅହିରାଜ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ପୁଡାମାରୀ ଅଂଚଳରୁ ଆଜି ୧୮ ଫୁଟ ଲମ୍ବର ଏକ ଅହିରାଜ ସାପ ଉଦ୍ଧାର କରାଯାଇଛି । ଗତ ତିନି ଚାରି ଦିନ ହେଲା ସାପଟି ଗାଁରେ ବୁଲୁଥିବା ଲୋକେ କହିଛନ୍ତି । ତେବେ ଆଜି ସାପଟି ପୁଡାମାରୀ ଫରେଷ୍ଟ ଗେଟ୍ ପାଖରେ ଥିବା ପାଣ ପ୍ରଧାନଙ୍କ ଘରେ ପଶିଯାଇଥିଲା ।

ସାପଟିକୁ ଦେଖି ସମସ୍ତେ ଭୟଭୀତ ହୋଇଯାଇଥିଲେ । ପରେ ଖବରପାଇ ପିପୁଲ୍ସ ଫର୍ ଆନିମଲ୍ସ ସଂସ୍ଥାର ସ୍ୱେଚ୍ଛାସେବୀ ସାପଟିକୁ କୌଶଳରେ କାବୁ କରିଥିଲେ । ପରେ ସାପଟିକୁ ଗାଇଡା ସଂରକ୍ଷିତ ଜଙ୍ଗଲରେ ଛଡାଯାଇଥିଲା । ଉଦ୍ଧାର ସାପଟିର ବୟସ ପ୍ରାୟ ୬ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe