କନକ ବ୍ୟୁରୋ : ନବରଙ୍ଗପୁର କୋଷାଗୁମଡା ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ୧୮ ଦିନ ହେଲାଣି । ହେଲେ ପୁଲିସର ହାତ ଏବେ ବି ଖାଲି । ଅଭିଯୁକ୍ତକୁ ଧରିବା ତ ଦୂରର କଥା ଅଭିଯୁକ୍ତ କିଏ ତାହା ମଧ୍ୟ ଚିହ୍ନଟ କରିପାରି ନାହିଁ ପୁଲିସ । ଏହାରି ଭିତରେ ସୋମବାର ଦକ୍ଷିଣାଂଚଳ ଡିଆଜି ସତ୍ୟବ୍ରତ ଭୋଇ ପୀଡିତାଙ୍କ ଗାଁକୁ ଯାଇ ପରିବାର ଲୋକଙ୍କୁ ଭେଟି ବିଶଦ ଭାବେ ପୁରା ଘଟଣା ବୁଝିଛନ୍ତି ।

Advertisment

ଖୁବଶୀଘ୍ର ଦୋଷୀଙ୍କୁ ଗିରଫ କରାଯିବ ଓ ପୀଡିତାଙ୍କୁ ନ୍ୟାୟ ଦିଆଯିବ ବୋଲି କହିଛନ୍ତି ଡିଆଇଜି ସତ୍ୟବ୍ରତ ଭୋଇ । ଏଥିସହ ନାବାଳିକାଙ୍କ ମୃତଦେହ ମିଳିଥିବା ସ୍ଥାନ ପରିଦର୍ଶନ କରିବା ସହ ନବରଙ୍ଗପୁର ଏସପିଙ୍କ ସହ ଘଟଣାର ତଦନ୍ତ ବିଷୟରେ ସମୀକ୍ଷା କରିଛନ୍ତି ।