କନକ ବ୍ୟୁରୋ : ସୂଚନା ଅଧିକାରୀ କର୍ମୀମାନଙ୍କ ପାଇଁ ଓଡ଼ିଶା ଦିନକୁ ଦିନ ଏକ ବିପଜ୍ଜନକ ସ୍ଥାନରେ ପରିଣତ ହୋଇଯାଉଛି । ଏହାକୁ ନେଇ ଦେଶର କେତେକ ଜଣାଶୁଣା ସାମାଜିକ କର୍ମୀ ତଥା ପୂର୍ବତନ ଆଇଏଏସ୍ ଚିନ୍ତା ପ୍ରକଟ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ।
ଗତ ଜାନୁଆରି ୩୧ରେ ଆରଟିଆଇ କର୍ମୀ ରଂଜନ କୁମାର ଦାସଙ୍କ ହତ୍ୟା ଓ ୨୦୧୯ ଡିସେମ୍ବରରେ ଆରଟିଆଇ କର୍ମୀ ଅଭିମନ୍ୟୁ ପାଣ୍ଡ୍ୟାଙ୍କ ସଂଦେହଜନକ ମୃତ୍ୟୁକୁ ନେଇ ସାମାଜିକ କର୍ମୀ ଅରୁଣ ରୟ, ହର୍ଷ ମନ୍ଦର, ସୁନ୍ଦର ବୁରା ଆଦି ୧୮ ଜଣ ଅବସରପ୍ରାପ୍ତ ଆଇଏଏସ୍ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଦୁର୍ନୀତି ବିରୋଧୀ କର୍ମୀଙ୍କ ସୁରକ୍ଷା ପାଇଁ ଦାବି କରିଛନ୍ତି । ନିଜ ପତ୍ରରେ ସେମାନେ ଲେଖିଛନ୍ତି ଯେ ସୂଚନା ଅଧିକାରୀ କର୍ମୀମାନଙ୍କ ପାଇଁ ଓଡ଼ିଶା ଦିନକୁ ଦିନ ଏକ ବିପଜ୍ଜନକ ସ୍ଥାନରେ ପରିଣତ ହୋଇଯାଉଛି । ସରକାର କେବଳ ଏସବୁ ହତ୍ୟାମାମଲାର ଯଥାଶୀଘ୍ର ତଦନ୍ତ କରିବା ସହ ଆଗକୁ ଯେପରି ଏଗୁଡ଼ିକର ପୁନରାବୃତ୍ତି ନହୁଏ ତାହା ନିଶ୍ଚିତ କରିବାକୁ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/rti_f62cdfd8-307e-11e7-9a1e-ae80039293d8.jpg)