କନକ ବ୍ୟୁରୋ: ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବ ଆଇପିଏଲର ୧୭ତମ ସଂସ୍କରଣ । ଆଇପିଏଲ ଅଧ୍ୟକ୍ଷ ଅରୁଣ ଧୁମାଲ ଏନେଇ ସୂଚନା ଦେଇଛନ୍ତି । ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଯାଇ ଆଇପିଏଲ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯିବ । ପୂରା ଆଇପିଏଲ ଭାରତରେ ହିଁ ଖେଳାଯିବ ବୋଲି ଅରୁଣ ଧୁମାଲ କହିଛନ୍ତି । ସାଧାରଣ ନିର୍ବାଚନ ପାଇଁ ପ୍ରଥମେ କେବଳ ୧୫ଦିନର ମ୍ୟାଚ ପାଇଁ କାର୍ଯ୍ୟସୂଚୀ ଜାରି କରାଯିବ । ପରେ ନିର୍ବାଚନ ତାରିଖ ଘୋଷଣା ହେଲେ ବାକି କାର୍ଯ୍ୟସୂଚୀ ଜାରି କରାଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି । ୨୦୦୯ରେ ନିର୍ବାଚନ ପାଇଁ ଆଇପିଏଲ ଟୁର୍ଣ୍ଣାମେଣ୍ଟ ବିଦେଶରେ ଖେଳାଯାଇଥଲା । ୨୦୧୪ ମସିହାରେ ଅଧା ମ୍ୟାଚ ବିଦେଶରେ ଏବଂ ୨୦୧୯ରେ ନିର୍ବାଚନ ସତ୍ୱେ ମଧ୍ୟ ଆଇପିଏଲର ସମସ୍ତ ମ୍ୟାଚ ଭାରତରେ ଖେଳାଯାଇଥିଲା ।
ମାର୍ଚ୍ଚ ୨୨ରୁ ଆଇପିଏଲର ୧୭ତମ ସଂସ୍କରଣ । ନିର୍ବାଚନ ପାଇଁ ଦୁଇଟି ପର୍ଯ୍ୟାୟରେ ଖେଳାଯାଇପାରେ ଚଳିତ ଆଇପିଏଲ
/kanak/media/post_attachments/wp-content/uploads/2024/02/27-19.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)