ନଭେମ୍ବରରେ ୧୭ଦିନ ବ୍ୟାଙ୍କ ବନ୍ଦ… ତୁରନ୍ତ ସାରିଦିଅନ୍ତୁ ଜରୁରୀ କାମ

275

ନଭେମ୍ବର ମାସରେ ଦେଶରେ ୧୭ ଦିନ ବ୍ୟାଙ୍କ ବନ୍ଦ ରହିବ। ସବୁ ରାଜ୍ୟରେ କିନ୍ତୁ ଏହି ଛୁଟି ସମାନ ଭାବେ ଲାଗୁ ହେବ ନାହିଁ। ନଭେମ୍ବର ମାସରେ ଓଡ଼ିଶ‌ା‌ରେ ମାତ୍ର ସାତ ଦିନ ବ୍ୟାଙ୍କ ବନ୍ଦ ରହିବ। ନଭେମ୍ବର ୪ ତାରିଖ ଦୀପାବଳି ଯୋଗୁଁ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ। ଏହା ବ୍ୟତୀତ ନଭେମ୍ବର ୭, ୧୩, ୧୪, ୨୧, ୨୭ ଓ ୨୮ ତାରିଖ ଶନିବାର ଓ ରବିବାର ପଡ଼ୁଥିବାରୁ ବ୍ୟାଙ୍କ ବନ୍ଦ ରହିଛି। ପ୍ରତି ମାସର ଦ୍ବିତୀୟ ଓ ଚତୁର୍ଥ ଶନିବାର ଏବଂ ସମସ୍ତ ରବିବାର ବ୍ୟାଙ୍କ ବନ୍ଦ ରହିବା ଏକ ସ୍ବାଭାବିକ କଥା।

ରିଜର୍ଭ ବ୍ୟାଙ୍କର କ୍ୟାଲେଣ୍ଡର ଅନୁଯାୟୀ ସର୍ବଭାରତୀୟ ସ୍ତରରେ ବିଭିନ୍ନ ରାଜ୍ୟରେ ନଭେମ୍ବର ୧, ୩, ୪, ୫, ୬, ୧୦, ୧୧, ୧୨, ୧୯, ୨୨ ଓ ୨୩ ତାରିଖରେ ବ୍ୟାଙ୍କ ବନ୍ଦ ରହିବ। ‌ଏଥି ମଧ୍ୟରୁ କିଛି ଛୁଟି ଦିନରେ ନିର୍ଦିଷ୍ଟ କେତେକ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ। ସେଥିପାଇଁ ସପୃକ୍ତ ରାଜ୍ୟ ତରଫରୁ ବିଜ୍ଞପ୍ତି ଜାରି କରାଯିବ। ନଭେମ୍ବର ୧୦ ଓ ୧୧ରେ ଛଟ୍‌ ପୂଜା ଏବଂ ନଭେମ୍ବର ୧୯ରେ ଗୁରୁ ନାନକ ଜୟନ୍ତୀ ଯୋଗୁଁ ବ୍ୟାଙ୍କ ଛୁଟି ରହିବ। ଏହି ଛୁଟିଗୁଡ଼ିକ ସହ ଓଡ଼ିଶାର କୌଣସି ସମ୍ପର୍କ ନଥିବା ଜଣାପଡ଼ିଛି।