କନକ ବ୍ୟୁରୋ: ଆଜି ବାଙ୍ଗାଲୋର ଓ ରାଜସ୍ଥାନ ଭିତରେ ଖେଳାଯାଉଥିବା ରୋମାଞ୍ଚକର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇଂନିସରେ ୧୭୭ ରନ୍ କରିଛି ରାଜସ୍ଥାନ । ଦଳ ୯ଟି ୱିକେଟ୍ ହରାଇ ୨୦ ଓଭରରେ ୧୭୭ ରନ୍ କରିଛି । ଯାହା ଫଳରେ ବାଙ୍ଗାଲୋରରୁ ବିଜୟୀ ହେବା ପାଇଁ ୧୭୮ ରନର ଟାର୍ଗେଟ ଦେଇଛି ରାଜସ୍ଥାନ ।
ପ୍ରଥମ ଇଂନିସରେ ରାଜସ୍ଥାନର ସ୍କୋର ୧୭୭ । ବାଙ୍ଗାଲୋରକୁ ବିଜୟ ଲକ୍ଷ୍ୟ ୧୭୮ । ସିରାଜ ଓ ହର୍ଷଲଙ୍କୁ ୩ଟି ଲେଖାଏଁ ସଫଳତା । #IPL#RRvsRCBpic.twitter.com/e15fMmEBuP
— Kanak News (@kanak_news) April 22, 2021
ଆଜି ଟସ୍ ଜିତି ଆରସିବି ଅଧିନାୟକ ବିରାଟ କୋହଲି ବୋଲିଂ ନିଷ୍ପତ୍ତି ନେଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ରାଜସ୍ଥାନ ରୟାଲ୍ସ । ତେବେ ଦଳ ଆରମ୍ଭରୁ ହିଁ ଝଟକା ଖାଇଥିଲା । ଦଳର ସ୍କୋର ୧୬ ରନ୍ ଥିବାବେଳେ ଦଳ ଦୁଇ ଓପନରଙ୍କୁ ହରାଇଥିଲା । ଏହାପରେ ଡେଭିଡ୍ ମିଲର ମଧ୍ୟ ନିଜର ୱିକେଟ୍ ଫୋପାଡିଥିଲେ । ତେବେ ଶେଷ ଆଡକୁ ଶିଭମ ଦୁବେ ଓ ରାହୁଲଙ୍କ ଇଂନିସ ଯୋଗୁଁ ଦଳର ସ୍କୋର ଆଗକୁ ବଢିବା ସହିତ ୧୭୭ ରନ୍ ହୋଇଥିଲା । ବାଙ୍ଗାଲୋର ପକ୍ଷରୁ ଦ୍ରୁତ ବୋଲର ମହମ୍ମଦ ସିରାଜ ଓ ହର୍ଷଲ ପଟେଲ ୩ଟି ଲେଖାଏଁ ସଫଳତା ପାଇଥିଲେ । ତାଙ୍କ ସହ ଜାମିନସନ, ରିଚାର୍ଡସନ ଓ ସୁନ୍ଦର ମଧ୍ୟ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/04/111111111.jpg)