ବମ୍ବେ ହାଇରେ ଫଶିଲା ଜାହାଜ P-୩୦୫ । ନୌସେନାର ଉଦ୍ଧାରକାର୍ଯ୍ୟ ଜାରି, ଏବେ ସୁଦ୍ଧା ୧୭୭ ଜଣ ଉଦ୍ଧାର । ଏବେ ବି ଫଶି ରହିଛନ୍ତି ୯୬ ଜଣ ।
କନକ ବ୍ୟୁରୋ : ବାତ୍ୟା ତାଉ-ତେର ତାଣ୍ଡବ । ବମ୍ବେ ହାଇରେ ଫଶିଲା ଜାହାଜ P-୩୦୫ । ୨୭୩ ଲୋକ ଥିବା ଏହି ଜାହାଜଟି ସମୁଦ୍ରରେ ଫଶି ରହିଥିବା ବେଳେ ଏବେ ସୁଦ୍ଧା ୧୭୭ ଜଣଙ୍କୁ ଉଦ୍ଧାର କରାଯାଇଛି । ଏବେ ବି ଅଧିକାଂଶ ଲୋକ ଜାହାଜ ଭିତରେ ଫଶି ରହିଛନ୍ତି । ଭାରତୀୟ ନୌସେନାର ଜାହାଜ ଓ ହେଲିକପ୍ଟର ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ ଆଇଏନଏସ କୋଚି ଓ ଆଇଏନଏସ କୋଲକାତା ମଧ୍ୟ ଏହି ମିଶନରେ ଲାଗିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏବେ ବି ଅଧିକାଂଶ ଲୋକ ଜାହାଜରେ ଫଶି ରହିଛନ୍ତି । କିନ୍ତୁ ସମୁଦ୍ରର ଢେଉ ଓ ପବନର ପ୍ରବଳ ବେଗ ଯୋଗୁଁ ଉଦ୍ଧାରକାର୍ଯ୍ୟ ବିଳମ୍ବିତ ହେଉଛି । ବାତ୍ୟା ‘ତାଉ-ତେ’ର ପ୍ରଭାବ ମୁମ୍ବାଇର ଅବସ୍ଥା ବେହାଲ ହୋଇଯାଇଛି । ବଡ ବଡ ଗଛ ଗୁଡିକ ଭାଙ୍ଗି ଘର ଉପରେ ପଡିଥିବା ବେଳେ ରାସ୍ତାଘାଟ ଏକପ୍ରକାର ବନ୍ଦ ରହିଛି । ସେହିଭଳି ପ୍ରବଳ ବର୍ଷାରେ ସହରର କିଛି ସ୍ଥାନରେ ପାଣି ଜମିଛି । କେବଳ ମୁମ୍ବାଇ ନୁହେଁ ବରଂ ଗୁଜରାଟରେ ବାତ୍ୟା ତାଉ-ତେ ଲ୍ୟାଣ୍ଡଫଲ କରିଥିବା ବେଳେ ଏଠାରେ ମଧ୍ୟ ତାଣ୍ଡବ ରଚିଛି ।