ମଦ ପିଇ ଗାଡି ଚଲାଉଥିଲେ ଡ୍ରାଇଭର । ୧୭ ହଜାର ୫୦୦ ଟଙ୍କାର ଚାଲାଣ କାଟିଲା ପରିବହନ ବିଭାଗ ।

Advertisment
ମଦ ପିଇ ଗାଡି ଚଲାଉଥିଲେ ଡ୍ରାଇଭର । ୧୭ ହଜାର ୫୦୦ ଟଙ୍କାର ଚାଲାଣ କାଟିଲା ପରିବହନ ବିଭାଗ ।

କନକ ବ୍ୟୁରୋ : ମଦ୍ୟପାନ କରିବା ଗାଡ଼ି ଚଲାଇବା ମଦ୍ୟପ ଡ୍ରାଇଭରଙ୍କ ପାଇଁ କାଳ ହୋଇଛି। ଯାଞ୍ଚ ସମୟରେ ପୁଲିସ୍ ହାବୁଡ଼ରେ ପଡିଥିବା ଡ୍ରାଇଭର ନିକଟରୁ ପରିବହନ ବିଭାଗ କୌଣସି କାଗଜପତ୍ର ନ ପାଇବା ପରେ ୧୭ ହଜାର ୫୦୦ ଟଙ୍କାର ଚାଲାଣ କାଟିଛି। ମଦ୍ୟପାନ କରି ଗାଡ଼ି ଚଳାଇବା ଅଭିଯୋଗରେ ୧୦ ହଜାର ସମେତ ଅନ୍ୟ କାଗଜପତ୍ର ବାକି ଅର୍ଥ ଜରିମାନା ପଡ଼ିଥିବା ରାୟଗଡ଼ା ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।

ଆଜି ପୂର୍ବାହ୍ଣରେ ସହରର ତୁମ୍ବିଗୁଡ଼ା ଛକରେ ପୁଲିସ୍ ପକ୍ଷରୁ ଯାନବାହନ ଯାଞ୍ଚ ଚାଲିଥିଲା। ଏହି ସମୟରେ ରାୟଗଡ଼ାରୁ ଜେକେପୁର ଅଭିମୁଖେ ଏକ କାର ନଂ-ଟିଏସ୍୦୮ଏଚବି-୫୧୧୨ ଦ୍ରୁତ ଗତିରେ ଯାଉଥିଲା। ପୁଲିସ୍ ଗାଡ଼ିକୁ ଅଟକାଇବା ପରେ ଡ୍ରାଇଭର ମଦ୍ୟପାନ କରିଥିବା ଜଣା ପଡିବା ପରେ ପରିବହନ ବିଭାଗକୁ ଖବର ଦେଇଥିଲା। ଏମଭିଆଇ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ପରେ ଡ୍ରାଇଭର ଜି. ଶାନ୍ତା ରାଓ ଅତ୍ୟଧିକ ମଦ୍ୟପାନ କରିଥିବା ଜଣା ପଡିଥିଲା। ଏଥିସହିତ କାରର ଇନସ୍ୟୁରାନସ୍ ନଥିବା ବେଳେ ବିନା ଲାଇସେନସରେ ଡ୍ରାଇଭର ଗାଡ଼ି ଚଳାଉଥିଲା। ପରିବହନ ବିଭାଗ ଚାଲାଣ କାଟିବା ପରେ ଜରିମାନା ଅର୍ଥ ପୈଠ ପାଇଁ ଡ୍ରାଇଭରକୁ ଚାଲାଣ ପ୍ରଦାନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe