କନକ ବ୍ୟୁରୋ: ଗତ ୨୪ ଘଂଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୭୩ କରୋନା ପଜିଟିଭ୍ । ଯାହାକି ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ । ଏହି ୧୭୩ ଆକ୍ରାନ୍ତଙ୍କ ମଧ୍ୟରୁ ଗଂଜାମ ଜିଲ୍ଲାରୁ ୬୪, ଯାଜପୁରରୁ ୧୯, କଟକ ଓ ମୟୂରଭଂଜରୁ ୧୩ ଜଣ ଲେଖାଏଁ, ବଲାଙ୍ଗିର ଓ ବାଲେଶ୍ୱରରୁ ୧୧ ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ସେହିପରି ଗଜପତିରୁ ୧୦, ଖୋର୍ଧାରୁ ୯ , ନୟାଗଡ ୭, ଭଦ୍ରକ ୪, ନୂଆପଡା ୮, ପୁରୀ ୧, କଳାହାଣ୍ଡି ୨, ଝାରସୁଗୁଡାରୁ ଜଣେ ଆକ୍ରାନ୍ତ ରହିଛନ୍ତି । ଏହି ୧୭୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୦ ଜଣ କ୍ୱାରେଂଟିନ ସେଂଟରରୁ , ୨୩ ଜଣ ସ୍ଥାନୀୟ ଅଂଚଳର । ଏହି ନୂଆ ଆକ୍ରାନ୍ତ ଚିହ୍ନଟ ପରେ ରାଜ୍ୟରେ ୯ଟି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୦୦ ଟପିଛି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨୭ ଶହ ୮୧କୁ ବୃଦ୍ଧି ହୋଇଛି । ଏହା ମଧ୍ୟରୁ ଆକ୍ଟିଭ୍ କେସ୍ ସଂଖ୍ୟା ୧୧ ଶହ ୬୭ ରହିଛି । ୧୬ ଶହ ୪ ଜଣ ଡାକ୍ତରଖାନାରୁ ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଛନ୍ତି ।
ଅନ୍ୟପକ୍ଷେ ଶେଷ ୨୪ ଘଂଟାରେ ବାଲେଶ୍ୱରରେ ଆଉ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୧୧ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ବସ୍ତା କମରଗଡିଆରୁ, ୩ ଜଣ ଖୁଂଟା ଅଂଚଳରୁ, ଜଳେଶ୍ୱର ସରଡିଆରୁ ଜଣେ, ଅଲଲବିନ୍ଧାରୁ ୨ ଜଣ, ଭୋଗରାଇ ପଲାସିଆରୁ ଜଣେ, ସିମୁଳିଆ ଅଣ୍ଡ୍ରେଇ ରୁ ଜଣେ, ବାହାନଗା ଜଗନ୍ନାଥପୁରରୁ ଜଣେ ଆକ୍ରାନ୍ତଥିବା ଜଣାପଡିଛି । ଏହି ୧୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ ମହାରାଷ୍ଟ୍ର ଫେରନ୍ତା । ଜଣେ ଆକ୍ରାନ୍ତ ନୂଆଦିଲ୍ଲୀ ଫେରନ୍ତା ବୋଲି ଜଣାପଡିଛି । ସମସ୍ତଙ୍କର କଂଟାକ୍ଟ ଟ୍ରେସିଂ ଜାରି ରହିଛି । ଏହି ଆକ୍ରାନ୍ତଙ୍କୁ ମିଶାଇ ବାଲେଶ୍ୱର ଜିଲ୍ଲାରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୯୦କୁ ବୃଦ୍ଧି ହୋଇଛି । ଏହା ମଧ୍ୟରୁ ୧୩୭ ଜଣ ସୁସ୍ଥ ହୋଇ ଫେରିଛନ୍ତି । ବର୍ତମାନ ବାଲେଶ୍ୱରରେ ବର୍ତମାନ ୫୨ ଜଣ ଆକ୍ଟିଭ୍ କେସ୍ ରହିଛି ।