ଗରାବଡୁ ସେବାୟତଙ୍କୁ ନେଇ କୋଭିଡ ସଚେତନତା ବୈଠକ: ସାମାଜିକ ଦୂରତା ସହ ମାସ୍କ ପିନ୍ଧି ଅଧିବାସ ଗୃହରୁ ନେବେ ୧୦୮ ଗରା; ସ୍ନାନପୂର୍ଣ୍ଣିମା ସମୟରେ କିଭଳି ମାନିବେ ଗାଇଡଲାଇନ ଦିଆଗଲା ତାଲିମ

ସେପଟେ, ସମ୍ବଲପୁରରେ ଶୀତଳ ଷଷ୍ଠୀ ନେଇ ପ୍ରସ୍ତୁତି ଆରମ୍ଭ । ଲକଡାଉନ ଗାଇଡଲାଇନ ଅନୁସାରେ ଅନୁଷ୍ଠିତ ହେବ ଦେବଦମ୍ପତିଙ୍କ ପତରପେଣ୍ଡି

97

କନକ ବ୍ୟୁରୋ: ନୀଳାଦ୍ରି ଭକ୍ତ ନିବାସ ପରିସରରେ ୧୭୨ ଜଣ ଗରାବଡୁ ସେବାୟତଙ୍କୁ ନେଇ ଆରମ୍ଭ ହୋଇଛି କୋଭିଡ ସଚେତନତା ବୈଠକ । ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସିଡିଏମଓଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନର ଉଚ୍ଚ ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଅଛନ୍ତି । କିଭଳି ଭାବରେ କୋଭିଡ ୧୯ର ଗାଇଡଲାଇନ ମାନି ସଂପୃକ୍ତ ସେବାୟତ ମାନେ ସ୍ନାନପୂର୍ଣ୍ଣମା ଦିନ ଦିନ ତମାମ ନୀତିକାନ୍ତି ସଂପାଦନ କରିବେ ସେ ନେଇ ବୈଠକରେ ସଚେତନ କରାଯାଉଛି । ପବିତ୍ର ସ୍ନାନପୂର୍ଣ୍ଣିମା ଦିନ ଗରାବେଡୁ ସେବାୟତମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାରୁ ସେମାନଙ୍କୁ ସଚେତନ କରାଯାଉଛି । କିଭଳି ସାମାଜିକ ଦୂରତା ବଜାୟ ରଖିବା ସହ ମୁହଁରୁ ମାସ୍କ ପିନ୍ଧି ଅଧିବାସ ଗୃହରୁ ୧୦୮ ଗରା ସୁବାସିତ ଜଳ ସ୍ନାନମଣ୍ଡପ ଉପରକୁ ନେବେ ସେଥିପାଇଁ ସେବାୟତମାନଙ୍କୁ ତାଲିମ ଦିଆଯାଉଛି ।

ଅନ୍ୟପଟେ, ସମ୍ବଲପୁରରେ ଶୀତଳ ଷଷ୍ଠୀ ନେଇ ପ୍ରସ୍ତୁତି ଆରମ୍ଭ । ଲକଡାଉନ ଗାଇଡଲାଇନ ଅନୁସାରେ ଅନୁଷ୍ଠିତ ହେବ ଦେବଦମ୍ପତିଙ୍କ ପତରପେଣ୍ଡି । ସାମାଜିକ ଦୂରତା ସହ ମାସ୍କ ପିନ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମରେ କୌଣସି ସାଂସ୍କୃତିକ ଦଳ ଭାଗ ନେବେ ନାହିଁ । କେବେଳ ଶଂଖ ଫୁଙ୍କି କନ୍ୟା ଘରକୁ ଯେବେ ବରପିତା ଓ ସପ୍ତଋଷି । ଗତ ଅକ୍ଷୟତୃତୀୟାରୁ ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟପର୍ବ ଥାଳ ଉଠା କାର୍ଯ୍ୟକ୍ରମ ସରିଛି । ଏଥିରେ କନ୍ୟା ପିତାମାନେ ଚୟନ ହୋଇସାରିଛନ୍ତି । ତେବେ ଦେବଦେବ ମହାଦେବ ପାଇଁ ବରପତି, ସପ୍ତଋଷିମାନେ କନ୍ୟା ସନ୍ଧାନରେ ଯିବେ ।