ତେହେରାନରେ ବଡ଼ ବିମାନ ଦୁର୍ଘଟଣା : ବିମାନରେ ୧୮୦ ଯାତ୍ରୀ ଥିବାବେଳେ ୧୭୦ ଙ୍କ ମୃତଦେହ ଉଦ୍ଧାର,ମୃତ୍ୟୁସଂଖ୍ୟା ବଢିବା ନେଇ ଆଶଙ୍କା ।

535

ଆମେରିକା ଏବଂ ଇରାନ ଭିତରେ ଚାଲିଥିବା ତିକ୍ତତା ସମୟରେ ଇରାନର ରାଜଧାନୀ ତେହେରାନ ସ୍ଥିତ ଇମାମ୍ ଖୁମେନୀ ବିମାନ ଆଡ୍ଡାରେ ବଡ଼ ବିମାନ ଦୁର୍ଘଟଣା ଘଟିଯାଇଛି । ଦୂର୍ଘଟଣାଗ୍ରସ୍ତ ବିମାନଟି ୟୁକ୍ରେନ୍ ର ଥିଲା ବୋଲି ସୂଚନାରୁ ଜଣାପଡିଛି । ବିମାନରେ ୧୮୦ ଜଣ ଯାତ୍ରୀ ଥିବାବେଳେ ୧୭୦ ଜଣଙ୍କ ମୃତ୍ୟୁ ହୋଇଥିବା କଥା ସୂତ୍ରରୁ ଜାଣିବାକୁ ମିଳିଛି । ଏତିକି ଉଦ୍ଧାର କାର୍ଯ୍ୟ ଜାରି ଥିବା ବେଳେ ମୃତ୍ୟୁସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ଯାନ୍ତ୍ରିକ ତ୍ରୁଟି କାରଣରୁ ଟେକଅଫ୍ କରିବା ପରେ ପରେ ହିଁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଉଡାଣ ଆରମ୍ଭରୁ ୟୁକ୍ରେନ୍ ବିମାନ ବୋଇଂ-୭୩୭ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ବିମାନ ଦୁର୍ଘଟଣାର କିଛି ସମୟ ପରେ ଇରାନ୍ ର ଦକ୍ଷିଣ-ପଶ୍ଚିମ କ୍ଷେତ୍ର ବୁସହର ସ୍ଥିତ ନ୍ୟୁକ୍ଲିୟର୍ ପାୱାର୍ ପ୍ଲାଣ୍ଟ୍ ପାଖରେ ଭୂମିକମ୍ପ ହୋଇଥିବା ମଧ୍ୟ ସୂଚନା ମିଳିଥିଲା । ଭୂମିକମ୍ପର ତୀବ୍ରତା ୪.୯ ଥିଲା ବୋଲି ସୂଚନା ମିଳିଥିଲା ।