ବଳ ହରାଉଛି କି ଦେଶର ପୁରାତନ ରାଜନୈତିକ ଦଳ କଂଗ୍ରେସ ? ଏଡିଆର ରିପୋର୍ଟ ଆସିଲା ଚମକେଇ ଦେଲା ଭଳି ତଥ୍ୟ

ଗତ ୫ବର୍ଷରେ ହାତ ଛାଡି ଅନ୍ୟ ଦଳରେ ଯୋଗ ଦେଇଛନ୍ତି ୧୭୦ ବିଧାୟକ

300

କନକ ବ୍ୟୁରୋ : ଗତ ୫ ବର୍ଷରେ ୧୭୦ ବିଧାୟକ ହରାଇଲାଣି କଂଗ୍ରେସ । ୨୦୧୬ରୁ ୨୦୨୦ ମଧ୍ୟରେ ବିଭିନ୍ନ ରାଜ୍ୟରେ ହୋଇଥିବା ନିର୍ବାଚନ ଏବଂ ଲୋକସଭା ନିର୍ବାଚନ ସମୟରେ କଂଗ୍ରେସର ୧୭୦ ବିଧାୟକ ଦଳ ଛାଡ଼ି ଅନ୍ୟ ଦଳରେ ଯୋଗ ଦେଇଛନ୍ତି। ତେବେ ଏହି ସମୟ ମଧ୍ୟରେ ବିଜେପିର କେବଳ ୧୮ ଜଣ ବିଧାୟକ ଦଳ ଛାଡ଼ି ଅନ୍ୟ ଦଳରେ ଯୋଗ ଦେଇଥି‌ଲେ। ଏଡିଆର ରିପୋର୍ଟରୁ ଏହା ଜଣାପଡ଼ିଛି ।

– ୨୦୧୬ରୁ ୨୦୨୦ ମଧ୍ୟରେ କଂଗ୍ରେସ ଛାଡିଛନ୍ତି ୧୭୦ ଜଣ ବିଧାୟକ
– ବିଧାନସଭା ନିର୍ବାଚନ ଓ ଲୋକସଭା ନିର୍ବାଚନ ପୂର୍ବରୁ ଏମାନେ ଅନ୍ୟ ଦଳରେ ଯୋଗ ଦେଇଛନ୍ତି
– ଫଳରେ ମଧ୍ୟପ୍ରଦେଶ, ମଣିପୁର, ଗୋଆ, ଅରୁଣାଚଳ ପ୍ରଦେଶରେ କଂଗ୍ରେସ ସରକାର ଭାଙ୍ଗିଥିଲା
– ସେହିପରି କର୍ଣ୍ଣାଟକରେ ମଧ୍ୟ କଂଗ୍ରେସ ବିଧାୟକଙ୍କ ଦଳ ବଦଳ ଯୋଗୁଁ ସରକାର ଭାଙ୍ଗିଛି
– ତେବେ ଏହି ସମୟ ମଧ୍ୟରେ ବିଜେପିର କେବଳ ୧୮ ଜଣ ବିଧାୟକ ଦଳ ଛାଡିଥିବା ଜଣାପଡିଛି
– ୨୦୧୯ ଲୋକସଭା ନିର୍ବାଚନ ବେଳେ ୫ ଲୋକସଭା ସାଂସଦ ବିଜେପି ଛାଡି ଅନ୍ୟ ଦଳକୁ ଯାଇଥିଲେ
– ସେହି ସମୟରେ କଂଗ୍ରେସ ୭ ରାଜ୍ୟସଭା ସାଂସଦ ମଧ୍ୟ ଅନ୍ୟ ଦଳରେ ଯୋଗ ଦେଇଥିଲେ
– ୨୦୧୬ରୁ ୨୦୨୦ ମଧ୍ୟରେ ପୁନଃ ପ୍ରତିଦ୍ୱିନ୍ଦ୍ୱିତା କରିଥିବା ୪୦୫ ବିଧାୟକଙ୍କ ଭିତରୁ ୧୮୨ ଜଣ ବିଜେପିରେ ଯୋଗ ଦେଇଥିଲେ