କନକ ବ୍ୟୁରୋ : କରୋନା କଟକଣା ହଟିବା ପରେ ଦୁଇବର୍ଷ ପରେ ଧନତେରସରେ ସୁନା କିଣିବାକୁ ଦୋକାନରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଆନୁମାନିକ ହିସାବ ଅନୁଯାୟୀ, ରାଜ୍ୟରେ ପ୍ରାୟ ୧୭୦ କୋଟି ଟଙ୍କାର ସୁନା ଗହଣ ବିକ୍ରି ହୋଇଛି । ଯାହା ଗତବର୍ଷର ବିକ୍ରି ତୁଳନାରେ ୩୦ ପ୍ରତିଶତ ଅଧିକ ବୋଲି କୁହାଯାଉଛି । ଧନତେରାସରେ ସାଢ଼େ ତିନି କ୍ୱିଣ୍ଟାଲରୁ ଅଧିକ ସୁନା ବିକ୍ରି ହୋଇଛି । କେବଳ ରାଜଧାନୀରେ ୨ କ୍ୱିଣ୍ଟାଲ ଅର୍ଥାତ୍ ୧୦୦ କୋଟିରୁ ଅଧିକ ଟଙ୍କାର ସୁନା ଓ ଅନ୍ୟାନ୍ୟ ଗହଣା ବିକ୍ରି ହୋଇଛି ।
ଭୁବନେଶ୍ୱର ବ୍ୟତୀତ, କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ଅନୁଗୁଳ, ଝାରସୁଗୁଡ଼ା, ବାଲେଶ୍ୱର ଭଳି ସହରରେ ମଧ୍ୟ ସୁନା ବିକ୍ରିରେ ଅହେତୁକ ବୃଦ୍ଧି ହୋଇଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ ଧନତେରସରେ ଷ୍ଟୋର ଗୁଡ଼ିକରେ ଗ୍ରାହକଙ୍କ ସଂଖ୍ୟା ୧୦ ଗୁଣା ବୃଦ୍ଧି ଘଟିଛି । ଧନତେରସ୍ରେ ଲୋକମାନେ ଅଧିକ ସୁନା, ଗାଡ଼ି ଓ ଇଲେକ୍ଟ୍ରୋନିକ୍ସ ଜିନିଷ କିଣିଥାନ୍ତି। ଏହାକୁ ଦେଖି ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ଲାଗି ସୋ’ରୁମ୍ଗୁଡ଼ିକ ଲୋଭନୀୟ ଅଫର ଘୋଷଣା କରିଥିଲେ । ନୂଆ ନୂଆ ଡିଜାଇନ ଓ କଲେକ୍ସନର ଗହଣା ବ୍ୟାପକମାତ୍ରାରେ ସୋ’ରୁମ୍ରେ ସଜାଇ ରଖିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/1-43.jpg)